Wednesday, December 25, 2024

ବିଏମସି କର୍ମଚାରୀଙ୍କୁ ଲିଫ୍ଟରେ ଅଟକ ରଖିବା ଘଟଣାରେ ପାଞ୍ଚଜଣ ଗିରଫ

ବାର୍ ଉପରେ ଚଢାଉ ସମୟରେ ବିଏମସିର ଜେଡ଼ିସି ଓ କର୍ମଚାରୀଙ୍କୁ ଲିଫ୍ଟରେ ଅଟକ ରଖିବା ଘଟଣା କୁନେଇ ପାଞ୍ଚଜଣଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୋଲିସ । ବିଏମସି କର୍ମଚାରୀମାନଙ୍କୁ ଅଟକ ରଖିବା ଅଭିଯୋଗରେ ଭାରତୀୟ ଦଣ୍ଡ ବିଧାନ ଦଫା 307 ସହିତ ଅନ୍ୟାନ୍ୟ ଦଫା ଗୁଡ଼ିରେ ଗିରଫ ପୋଲିସ କରିଛି I ମିଳିଥିବା ସୂଚନା ମୁତାବକ, କୋଭିଡ୍ ନିୟମ ଉଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୁଇଟି BBI ଓ UPARE ବାର୍ ଚାଲ ରହିଥିଲା । ଏ ନେଇ ଖବର ପାଇ ବିଏମସି କର୍ମଚାରୀ ଙ୍କ ଦ୍ୱାରା ଚଢାଉ କରା ଯାଇଥିଲା । BBI ବାର ସିଲ୍ କରାଯିବା ସହ ଦୁଇଗୋଟି ବାର୍ ନାଆରେ ଚଦ୍ରଶେଖପୁର ଥାନାରେ ମାମଲା ଦେଇଥିଲେ BMC JDC ଅଂଶୁମାନ ରଥ । ଏହି ସମୟରେ BMC JDC ଅଂଶୁମାନ ରଥଙ୍କ ସହ ଅନ୍ୟ କେତେଜଣ BMC କର୍ମଚାରୀ ଓ ପୋଲିସ କର୍ମଚାରୀଙ୍କୁ ଲିଫ୍ଟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ କରିଥିବା ନେଇ ଅଭିଯୋଗ ହୋଇଥିଲା ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles