Thursday, November 14, 2024

ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ଙ୍କ ପରଲୋକ

ଆଉ ନାହାନ୍ତି ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି । ବାଘମ୍ବରି ମଠର ଏକ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମରଶରୀର ମିଳିଛି । ପ୍ରୟାଗରାଜ ପୋଲିସର କହିବା ଅନୁସାରେ ସେ ଆତ୍ମହତ୍ୟା କରିଛନ୍ତି । ପୋଲିସକୁ ଘଟଣା ସ୍ଥଳରୁ ଏକ ସୁଇସାଇଟ ନୋଟ ମିଳିଥିବା ଜଣାଯାଇଛି । ପୋଲିସର କହିବା ଅନୁସାରେ ଉକ୍ତ ସୁଇସାଇଟ ନୋଟ ରେ ତାଙ୍କ ଜଣେ ଶିଶ୍ୟ ଙ୍କ କାର୍ଯ୍ୟକଳାପ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଉଲ୍ଲେଖ ରହିଛି । ହିନ୍ଦୁ ମହାସଭା ଅଧ୍ୟକ୍ଷ ସ୍ୱାମୀ ଚକ୍ରବାଣୀ ମହନ୍ତ ନରେନ୍ଦ୍ର ଗିରି ଙ୍କ ମୃତ୍ୟୁ କୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଜଣେ ସନ୍ଥ ନିଜ ଜୀବନରେ ସଂଘର୍ଷ କରି ଆଗକୁ ବଢି଼ଥାଏ । ସେ ଆତ୍ମହତ୍ୟା କରିଥିବା ଖବର ସହଜରେ ଗ୍ରହଣ କରି ହେଉନାହିଁ । ସନ୍ଥ ଅନ୍ୟମାନଙ୍କୁ ଜୀବନ ରେ ଆଗକୁ ବଢିବାର ପ୍ରେରଣା ଦେଇଥାନ୍ତି । ତାଙ୍କ ମୃତ୍ୟୁ କୁ ନେଇ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଛୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles