ବହୁ କଳ୍ପନା ଜଳ୍ପନା ର ଅବସାନ ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ୍ ଚନ୍ନି ଶପଥ ଗ୍ରହଣ କରିଛନ୍ତି। ପଞ୍ଜାବର ପ୍ରଥମ ଦଲିତ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଚରଣଜିତ୍ ଚନ୍ନି। ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ୍ ଚନ୍ନି ଓ ସୁଖଜିନ୍ଦର ସିଂ ରାନ୍ଧୱା ଶପଥ ଗ୍ରହଣ କରିବା ପରେ ଓମପ୍ରକାଶ ସୋନି ମଧ୍ୟ ଶପଥ ନେଇଥିଲେ। ଶପଥ ଗ୍ରହଣ ସମାରୋହ ରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସିଦ୍ଧୁ ଉପସ୍ଥିତ ରହିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇନଥିବା ବିଶେଷ ସୁତ୍ରରୁ ଜଣାଯାଇଛି । ଚରଣଜିତ ଚନ୍ନିଙ୍କର ରାଜନୀତିରେ ବିଶେଷ ଅନୁଭୂତି ରହିଛି । ପ୍ରକାଶ ସିଂହ ବାଦଲ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଚରଣଜିତ୍ ଚନ୍ନି ବିରୋଧୀ ଦଳର ନେତା ଦାୟିତ୍ୱରେ ରହିଥିଲେ । ବର୍ତମାନ ଚରଣଜିତ୍ ଚନ୍ନି ଚମକୌର ସାହିବ ଆସନରୁ ବିଧାୟକ ଅଛନ୍ତି । ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ ଚନ୍ନି ଙ୍କ ନେତୃତ୍ୱ ରେ କଂଗ୍ରେସ ଦଳ ଆଗାମୀ ନିର୍ବାଚନରେ ଖୁବ ଭଲ ପ୍ରଦର୍ଶନ କରିବ ବୋଲି ଦଳର ବରିଷ୍ଠ ନେତା ରଞ୍ଜିତ ସୁରଜେବାଲା ପ୍ରକାଶ କରିଛନ୍ତି ।