ତରଭା : – ତରଭା ଥାନା ଅଧିନସ୍ଥ ମେଣ୍ଡା ଫାଣ୍ଡି ଅନ୍ତର୍ଗତ ପାଇକବାହାଲ ଗ୍ରାମର ନାମ ମଣ୍ଡପରୁ ଆଜି ସକାଳୁ ଏକ ମୄତ ଦେହ ଉଦ୍ଧାର ହୋଇଛି । ମୃତକ ବ୍ଯକ୍ତି ଜଣକ ନିକଟସ୍ଥ ପୁଆ ଗ୍ରାମର ନବୀନ ସେଠ୍ (୪୭) ବୋଲି ଜଣାପଡିଛି । ପ୍ରାପ୍ତ ସୂଚନା ମୁତାବକ କାଲି ରାତିରୁ ସେ ପାଇକବାହାଲ ଗ୍ରାମକୁ ଯାଇଥିବା ପରିବାରର ଲୋକେ ପ୍ରକାଶ କରିଛନ୍ତି । ଆଜି ସକାଳୁ ଗ୍ରାମର ନାମ ମଣ୍ଡପରେ କ୍ଷତାକ୍ତ ଅବସ୍ଥାରେ ବ୍ୟକ୍ତି ଜଣକ ପଡି ରହିଥିବା ଜଣା ପଡିବା ପରେ ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସ ସାହାଯ୍ୟରେ ନିକଟସ୍ଥ ନାଇକେନପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୄତ ଘୋଷଣା କରିଥିଲେ । ପରେ ସ୍ଵର୍ଗରଥ ସାହାଯ୍ୟରେ ଶବ ବ୍ୟବଛେଦ ପାଇଁ ତରଭା ଡାକ୍ତରଖାନା କୁ ଅଣାଯାଇଥିଲା । ଶବ ବ୍ୟବଛେଦ ପରେ ପରିବାର କୁ ମୄତ ବ୍ଯକ୍ତିଙ୍କ ଶବ ହସ୍ତାନ୍ତର କରାଯାଇଛି । ମୄତ ବ୍ଯକ୍ତି ଙ୍କ ପରିବାର ଲୋକ ଏହା ଏକ ହତ୍ଯାକାଣ୍ଡ ବୋଲି ତରଭା ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ଏ ସଂକ୍ରାନ୍ତରେ ଦୁଇ ଜଣ ବ୍ୟକ୍ତିଙ୍କୁ ସନ୍ଦେହରେ ପଚାର ଉଚୁରା କରିବା ପାଇଁ ତରଭା ଥାନାରେ ଅଟକ ରଖିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି I