Friday, November 15, 2024

ଜୟ ଜଗନ୍ନାଥ ହାଇସ୍କୁଲ,ଖରଝୁରା ଠାରେ ରକ୍ତଦାନ ଶିବିର,37 ୟୁନିଟ ରକ୍ତ ସଂଗ୍ରହ 

ସୁବର୍ଣ୍ଣପୁର : ସୋନପୁର ବ୍ଲକ ଅନ୍ତର୍ଗତ ଖରଝୁରା ସ୍ଥିତ ଜୟ ଜଗନ୍ନାଥ ହାଇସ୍କୁଲ ପରିସରରେ  ସମ୍ବାଦ ଆମ ଓଡ଼ିଶା ଓ ଜୁନିୟର ରେଡକ୍ରସ ସୋନପୁର ର ମିଳିତ ଆନୁକୁଲ୍ଯରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ଶିବିରରେ ୩୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।  ଏହି କାର୍ଯକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ମୁଖ୍ଯ ଅତିଥି ଭାବରେ ଯୋଗ ଦେଇଥିଲେ I ଯୁବ ରେଡକ୍ରସ ସଂଗଠକ ଉମାକାନ୍ତ ନାଗ,ଜିଲ୍ଲା ଜୁନିୟର ରେଡ଼କ୍ରସ ଉପସଭାପତି ଗତିକୃଷ୍ଣ ମିଶ୍ର,ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ,ରକ୍ତଦାତା ସଂଗଠକ ରାମନାରାୟଣ ଦାସ, ହାଇସ୍କୁଲ ପ୍ରତିଷ୍ଠାତା ସଭାପତି ଶଙ୍କର କୁମାର ଦାସ,ପ୍ରଧାନ ଶିକ୍ଷକ ଲୋକନାଥ ମିଶ୍ର,  ଶୀତଲ ଗ୍ରୁପ ଜେନେରାଲ ମ୍ୟାନେଜର ମହେଶ ଗୋଏଲ ,ଅମିତ ଅଗ୍ରୱାଲ,ଏଚଡିଏଫସି ବ୍ଯାଙ୍କ ମ୍ଯାନେଜର ଉମେଶ କୁମାର ପୁଟେଲ, ଗୋପାଳ ପଣ୍ଡା,ଯଶୋବନ୍ତ ପୁଟେଲ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ରକ୍ତ ଭଣ୍ଡାରର ଡାକ୍ତର ସୌରଭ କୁମାର ସାହୁ,ସୁବାଷ ଚନ୍ଦ୍ର ପଣ୍ଡା,ଜଗତ ଦରୁଆନ ଓ ଟଙ୍କଧର କୁଅଁର ପ୍ରମୁଖ ରକ୍ତ ସଂଗ୍ରହ କରିବାରେ ସାହାଯ୍ୟ କରିଥିଲେ । ହାଇସ୍କୁଲ ର ପୁର୍ବତନ ଛାତ୍ର ଓ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ତଥା ଶୀତଲ ଗୃପ ଓ ଏଚ୍ଡିଏଫ୍ସି ବ୍ଯାଙ୍କ ସୁବର୍ଣ୍ଣପୁର ସଖା ଏହି ରକ୍ତଦାନ ଶିବିର ଆୟୋଜନ କରିବାରେ ପୂର୍ଣ୍ଣ ସହଯାଗ କରିଥିଲେ I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles