Wednesday, December 25, 2024

ସମ୍ବାଦ ସାହିତ୍ୟ ଘର ଆଲୋଚନା ଚକ୍ର “ମୁଁ କାହିଁକି ଲେଖେ ” ?

ତରଭା : ସୁବର୍ଣ୍ଣପୁର ଜିଲ୍ଲା ତରଭା ଠାରେ ଶନିବାର ଗାନ୍ଧୀ ଜୟନ୍ତୀ ଅବସରରେ ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ “ମୁଁ କାହିଁକି ଲେଖେ ?” ଶିର୍ଷକ ଏକ ଦିବାସୀୟ ଆଲୋଚନା ଚକ୍ର ଏବଂ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀହରି ବିଦ୍ୟାନିକେତନ ପରିସରରେ ଦୁଇଟି ଅଧିବେଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ବାଦ ସାହିତ୍ୟ ଘର ସଭାପତି କବି ବନବାସ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଠ ଲେଖକ ଆର୍ତ୍ତତ୍ରାଣ ବାବୁ ଓ ବକ୍ତା ରୂପେ ମାନସ ମର୍ମଜ୍ଞ ପଙ୍କଜ ସାହୁ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ରୂପେ ଶିକ୍ଷାବିତ ହରିବନ୍ଧୁ ପାଣିଗ୍ରାହୀ ଓ ଆଇନଜୀବୀ ଦେବେନ୍ଦ୍ର ବିଜୟ ସାହୁ, ସାହିତ୍ୟ ଘର ସମ୍ପାଦକ ସଂଜୀବ ସେଠୀ ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରଥମେ ମହାତ୍ମା ଗାନ୍ଧି ଓ ଲାଲ ବହାଦୁର ଶାସ୍ତ୍ରୀ ଙ୍କ ଫୋଟୋରେ ପୁଷ୍ପମାଲ୍ୟ ଆର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସାହିତ୍ୟ ଘର ଉପସଭାପତି ଗୌରୀଶଙ୍କର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ସମ୍ପାଦକ ସଞ୍ଜୀବ ସେଠୀ ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସହସମ୍ପାଦକ ଗିରିଶ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ମଧ୍ୟାହ୍ନ ଭୋଜନ ପରେ ଦ୍ବତୀୟ ଅଧିବେଶନ ଏବଂ ଆଲୋଚନା ସହ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଦ୍ବତୀୟ ଅଧିବେଶନରେ ଅବସର ପ୍ରାପ୍ତ ଶିକ୍ଷକ ଜୟପ୍ରକାଶ ନାରାୟଣ ସାହୁ, କବିୟତ୍ରୀ ନିଲକାନ୍ତି ପଟ୍ଟନାୟକ, ସାହିତ୍ୟ ଘର ସଭାପତି, ଉପସଭାପତି, ସମ୍ପାଦକ ପ୍ରମୁଖ ମଞ୍ଚାଶିନ ରହିଥିଲେ। କବି ଗୌରୀଶଙ୍କର ସାହୁ, ସ୍ୱପନେଶ୍ୱର ମିଶ୍ର, ଲୋକନାଥ ଦଲବେହେରା, ଶୁକଦେଵ ସାହୁ, ତରାଣୀ ସେନ ନାଗ, ଶାନ୍ତନୁ ପଣ୍ଡା, ଭୋଲା କୁମାର ବର୍ମା, ସୁଖରାମ ମଲ୍ଲିକ, ରାଜକିଶୋର ସାହୁ, କବିୟତ୍ରୀ ନିଲକାନ୍ତି ପଟ୍ଟନାୟକ ଓ ତପସ୍ୱୀନି ପଟନାଏକ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ କବି କବିୟତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲେ। ଶ୍ରୀ ହରି ବିଦ୍ୟାନିକେତନର ଶିକ୍ଷୟତ୍ରୀ ମାନେ ଉପସ୍ଥିତ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

Related Articles

1 COMMENT

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles