ସୁବର୍ଣ୍ଣପୁର : ଗତ କାଲି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରୀ ହୋଇଥିବା ନବଜାତ ଶିଶୁ କନ୍ୟାକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଖବର ପାଇ ସୋନପୁର ପୋଲିସର ପକ୍ଷରୁ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ସୋନପୁର ଜିଲ୍ଲା ଅର୍ଜୁନପୁର ଜଙ୍ଗଲରୁ ନବଜାତ ଶିଶୁକୁ ଉଦ୍ଦାର କରାଯାଇଛି । ପୋଲିସର କାର୍ଯ୍ୟନୁଷ୍ଟାନ ଭୟରେ ଶିଶୁ ଟିକୁ ଜଙ୍ଗଲରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ପୋଲିସ ପକ୍ଷରୁ ଉଦ୍ଦାର କାରାଯାଇ ଶିଶୁ ର ସ୍ବାସ୍ଥ୍ୟ ପରିକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି । ଶିଶୁ କନ୍ୟା ସ୍ବାସ୍ଥ୍ୟ ପରିକ୍ଷା କରାଯାଇ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାଯାଇଛି । ଶିଶୁ କନ୍ୟାକୁ ଫେରି ପାଇଥିବା ମା ବାପା ଖୁସି ଅନୁଭବ କରିଥିବା ପ୍ରକାଶ କରିଛନ୍ତି ।