ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯାଇଥିବା 57 ନମ୍ବର ଜାତୀୟ ରାଜପଥରେ ଥିବା ଟୋଲ ଗେଟରେ ସୁବର୍ଣ୍ଣପୁରର ଯାନବାହନକୁ ଦେୟ ମୁକ୍ତ କରିବାକୁ ଦାବି କରାଯାଇଛି । ଏନେଇ ରାଜ୍ୟ ଯୁବ କଂଗ୍ରେସ ସଭାପତି ସୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାକୁ ବୈମାତୃକ ମନୋଭାବ ବହନ କରି ଗାଡି ମଟର ରୁ ଜୋର ଜବରଦସ୍ତ ଟୋଲ ଟ୍ୟାକ୍ସ ଆଦାୟ କରାଯାଉଛି । ବଲାଙ୍ଗିର ଜିଲ୍ଲାବାସୀଙ୍କୁ ଟୋଲ ଟ୍ୟାକ୍ସ ଛାଡ କରାଯାଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ଗାଡି ମାଲିକଙ୍କ ଠାରୁ କାହିଁକି ଟ୍ୟାକ୍ସ ଆଦାୟ କରାଯାଉଛି ବୋଲି ପ୍ରଶାସନକୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତୃବର୍ଗ । ଆଗାମି ପନ୍ଦର ଦିନ ଭିତରେ ଏହାର ସମାଧାନ ନହେଲେ ଯୁବ କଂଗ୍ରେସ ରାଜ ରାସ୍ତାକୁ ଓଲ୍ହାଇବ ବୋଲି ଚେତାବି ଦେଇଛନ୍ତି ରାଜ୍ୟ ଯୁବ କଂଗ୍ରେସ ସଭାପତି ।