ସୁବର୍ଣ୍ଣପୁର : ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶ କ୍ରମେ କରୋନା କଟକଣା କଡାକଡି ଭାବରେ ପାଳନ କରିବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆଜି ତରଭା ସହରରେ ବୁଲିଲା ସଚେତନତା ରଥ I ସହରର ମୁଖ୍ୟ ରାସ୍ତା, ବ୍ଲକ ଶମ୍ବୁଖା,ନୂଆପଡା, ରଥପଡ଼ା ଆଦି ବିଭିନ୍ନ ସ୍ଥାନ ରେ ସଚେତନତା ରଥ ରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ଅବଗତ କରାଯାଇଛି I ସେହିପରି ତରଭା ପୋଲିସ ତରଫରୁ ସହରରେ ବୁଲି ବୁଲି ଲୋକଙ୍କୁ ସଚେତନ କରାଯାଇଛି I ଆଇଆଇସି ସୁବ୍ରତ ପାଣିଗ୍ରାହୀ ନିଜେ ଉପସ୍ଥିତ ରହି ଦୋକାନୀମାନଙ୍କୁ ତଥା ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ କରୋନା କଟକଣା ନିୟମ ପାଳନ କରିବା ନେଇ ଅବଗତ କରାଇଥିଲେ I ମାସ୍କ ବ୍ୟବହାର କରିବା, ପରସ୍ପର ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା,ଦୋକାନ ବଜାରରେ ଅଯଥା ଭିଡ ନ ଜମାଇବା ଆଦି ନିୟମ ପାଳନ କରିବା ନେଇ ସହର ବାସୀଙ୍କୁ ଅନୁରୋଧ କରାଯାଇଥିଲା I ଆସନ୍ତା କାଲିଠାରୁ ତରଭା ସହରରେ ଏହି ନିୟମ ଗୁଡିକ କଡାକଡି ଭାବରେ ପାଳନ କରାଯିବ I ଯେଉଁ ବ୍ୟକ୍ତି ଏହାର ଖିଲାପ କରନ୍ତି ତାଙ୍କ ଉପରେ ମୋଟା ଅଙ୍କର ଫାଇନ ଲଗାଯିବ ବୋଲି ଜଣାପଡିଛି I ଆଜିର ଏହି ସଚେତନତା କାର୍ଯ୍ୟକ୍ରମ ରେ ଆଇଆଇସି ଶ୍ରୀ ପାଣିଗ୍ରାହୀଙ୍କ ସହ ଏସଆଇ ଆରତୀ କହ୍ନର, ନିରୁପମା ସ୍ୱାଇଁ, ନିମାଇଁ ଚରଣ ବାରିକ ପ୍ରମୁଖ ସାମିଲ ରହିଥିଲେ I