Friday, November 15, 2024

ରକ୍ତରଞ୍ଜିତ ହେଲା ସିଲଟିମୁଣ୍ଡା ସୁଲିଆ ପିଠ

ସୁବର୍ଣ୍ଣପୁର : ପୁଣି ରକ୍ତରଞ୍ଜିତ ହେଲା ସୁଲିଆ ପିଠ, ପଡିଲା ଶତାଧିକ ପଶୁବଳି I ବଲାଙ୍ଗିର ଜିଲ୍ଲା ଭଳି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସିଲଟିମୁଣ୍ଡା ଗ୍ରାମ ନିକଟରେ ଥିବା ପଡିଆରେ ଆଜି ଅନୁଷ୍ଠିତ ହୋଇଛି ସୁଲିଆ ଯାତ୍ରା I ଏଠାରେ ଆଜିକୁ ପ୍ରାୟ 30 ବର୍ଷ ହେବ ପାଳିତ ହେଉଛି ଏହିଯାତ୍ରା I ଆଦିବାସୀ କନ୍ଧ ସମ୍ପ୍ରଦାୟର ଲୋକମାନଙ୍କ ପାରମ୍ପରିକ ଯାତ୍ରାରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ I ସୁଲିଆ ପୀଠରେ ଗୁହାରି କଲେ ମାନସିକ ପୂରଣ ହୋଇଥାଏ ବୋଲି ଅଞ୍ଚଳବାସୀଙ୍କ ଆସ୍ଥା ଓ ବିସ୍ଵାଶ ରହିଛି I ମାନସିକ ପୁରଣ ହେଲେ ଶ୍ରଦ୍ଧାଳୁ ମାନସିକଧାରୀ ଏହି ପିଠରେ ଯାଚିଥିବା ପୋଢ଼, ବୋଦା, କୁକୁଡ଼ା ଆଦି ସାଙ୍ଗରେ ନେଇ ଆସିଥାନ୍ତି I ଚଳିତ ବର୍ଷ କରୋନା କଟକଣା ସାଙ୍ଗକୁ ଝରି ବର୍ଷା ଫଳରେ ବହୁ କମ ସଂଖ୍ୟାରେ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି I ଲୋକଙ୍କ ସମାଗମ ସାଙ୍ଗକୁ ମନୋରଞ୍ଜନ ପାଇଁ ବହୁ ଦୋକାନ ବଜାର ଲାଗିଥାଏ I କିନ୍ତୁ ଦୋକାନୀମାନଙ୍କୁ ଚଳିତ ବର୍ଷ ନିରାଶ ହେବାକୁ ପଡିଛି I ପୂର୍ବ ବର୍ଷ ଭଳି ଏଥର ବ୍ୟବସାୟ ହୋଇନଥିବା ଜଣାଯାଇଛି I ପ୍ରଶାସନ ବଳିପ୍ରଥାକୁ ବନ୍ଦ କରିବା ପାଇଁ ଚେଷ୍ଟା ଚଳାଉଥିବା ବେଳେ ଲୋକଙ୍କ ଆସ୍ଥା ଓ ବିସ୍ଵାଶ ଆଗରେ ଏଠାରେ ସରକାରଙ୍କ ପ୍ରୟାସ ଏଠାରେ ଫେଲ ମାରିଥିବା ଦେଖିବାକୁ ମିଳିଛି I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles