ତରଭା : ଆଜି ତରଭା ଥାନା ତରଫରୁ ଥାନା ସମ୍ବୁଖରେ ଏକ ସର୍ବ ସାଧାରଣ ଜଳଛତ୍ର ର ଆରମ୍ଭ କରାଯାଇଛି । ଏଥିରେ ସୁବର୍ଣ୍ଣପୁର ଏସଡ଼ିପିଓ ପୁଷ୍ପାଞ୍ଜଳି ନେଗି ଯୋଗଦାନ କରି ଫିତା କାଟି ଏହାର ଶୁଭ ଉଦଘାଟନ କରିଛନ୍ତି I ଆଜି ପ୍ରଥମ ଦିନରେ ଜନସାଧାରଣଙ୍କ ପାଇଁ ଥଣ୍ଡା ପାଣି ସହ ଦହି ସର୍ବତ ବଣ୍ଟନ କରାଯାଇଥିଲା I ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି ପଥିକ ମାନଙ୍କ ପାଇଁ ତରଭା ଥାନା ପକ୍ଷରୁ ଏହି ଭଳି ପଦକ୍ଷେପ ଗ୍ରହଣ କରାଯାଇଛି I ତରଭା ର ଯୁବ ସମାଜ ସେବୀ ଶ୍ରୀଯୁକ୍ତ ଭୋଲା କୁମାର ବର୍ମା ଏହି ସ୍ୱାଦିଷ୍ଟ ଦହି ସର୍ବତ ନିଜ ହାତରେ ତିଆରି କରିଥିଲେ I ଆଜିର ଏହି ସେବା କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ତରଭା ଥାନା ଆଇଆଇସି ସୁବ୍ରତ କୁମାର ପାଣିଗ୍ରାହୀ, ଏସଆଇ ଆରତୀ କହଁର, ନିରୁପମା ସ୍ୱାଇଁ, ଅନିଲ ବେହେରା, ନିମେଇ ଚରଣ ବାରିକ,ବୃନ୍ଦାବନ ପଞ୍ଚବିହାର, ବିଜୟ କୁମାର ସାହୁ, ଲିଙ୍ଗରାଜ ପଧାନ,ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଜୟପ୍ରକାଶ ନାରାୟଣ ସାହୁ, ଆକବର ଅଲ୍ଲୀ, ସାମ୍ବାଦିକ ଅଶୋକ କୁମାର ସାହୁ, ରାଜେଶ କୁମାର ମେହେର , ମାନଭଞ୍ଜନ ମିଶ୍ର, କପିଳାସ ସେଠ୍, ଅନ୍ତର୍ଯ୍ୟାମୀ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ I ତରଭା ପୋଲିସ ର ଏହି ନିୟର ପ୍ରୟାସ ପାଇଁ ଅଂଚଳରେ ବେସ ପ୍ରଶଂସା ର ପାତ୍ର ସାଜିଛନ୍ତି I