Wednesday, December 25, 2024

5 ଟି ରୁପାନ୍ତରିତ ଓ ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟକ୍ରମକୁ ନେଇ ବୈଠକ ଅନୁଷ୍ଠିତ

ତରଭା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ 5 ଟି ରୁପାନ୍ତରିତ ଓ ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟକ୍ରମକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପରିସରରେ ଆୟୋଜିତ ଏହି ବୈଠକରେ 5 ଟି ଅଧିନକୁ ରୁପାନ୍ତରିତ ହୋଇଥିବା ଏହି ବିଦ୍ୟାଳୟର କିଭଳି ଉନ୍ନତି ହେବ ସେନେଇ ସାମୁହିକ ପ୍ରଚେଷ୍ଟାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିବା ଜଣାଯାଇଛି । ତା ସହ ସ୍କୁଲର ବିବାଦୀୟ ଜମି ମାମାଲା ଉପରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡିଛି । ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିରର ଭଡା ଦିଆଯାଇଛି ଷ୍ଟଲକୁ ଲାଗି ରହିଥିବା ସ୍କୁଲ ଜାଗାର କିଛି ଅଂଶ ମନ୍ଦିର ନାମରେ ରହିଥିବା ଜଣାପଡ଼ିଛି। ଯାହାକୁ ନେଇ ଏହି ବୈଠକରେ ଆଲୋଚନା କରାଯାଇ ଏହାର ସମାଧାନ ପାଇଁ ପ୍ରସ୍ତାବ ଗୃହିତ ହୋଇଥିବା ସୁଚନା ମିଳିଛି । ଏଥିରେ ବରିଷ୍ଠ ନାଗରିକ ହରିବନ୍ଧୁ ପାଣିଗ୍ରାହୀ, ଦେବେନ୍ଦ୍ର ବିଜୟ ସାହୁ, ଅଶୋକ କୁମାର ସାହୁ, ଜୟପ୍ରକାଶ ନାରାୟଣ ସାହୁ, ଭୋଲା କୁମାର ବର୍ମା, ଶିକ୍ଷକ ସୁରଜ କୁମାର ସେଠି, ସତ୍ୟବ୍ରତ ମିଶ୍ର, ମେଘନାଦ ମହଲା ପ୍ରମୁଖଙ୍କ ସହିତ ପୁରାତନ ଛାତ୍ରମାନେ ଉପସ୍ଥିତ ରହି ନିଜ ନିଜ ମତ ରଖିଥିବା ଜଣାପଡିଛି । ତେବେ ଏହି ବୈଠକରେ ବିଭିନ୍ନ ଆଲୋଚନା ମାଧ୍ୟମରେ ସ୍କୁଲ୍ ଜମି ଜବର ଦଖଲ ଉଚ୍ଛେଦ ମୁଖ୍ୟ ପ୍ରସଙ୍ଗ ହୋଇଥିବା ସୁଚନା ରହିଛି । ବିଦ୍ୟାଳୟର ଅବଶିଷ୍ଟ ଜବର ଦଖଲରେ ଥିବା ଜମିକୁ ତୁରନ୍ତ ଉଚ୍ଛେଦ କରିବାକୁ ପ୍ରସ୍ତାବ ଗୃହିତ ହୋଇଥିବା ଜଣା ପଡିଛି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles