ଶିଶୁଙ୍କ ପୁଷ୍ଟିକର ଖାଦ୍ୟ ହଡ଼ପ ସହ ମିଛ କହି ଆକାଉଣ୍ଟରୁ ପ୍ରାୟ 50 ହଜାର ଟଙ୍କା ଉଠାଣ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ସମନ୍ୱତ ଶିଶୁ ବିକାଶ କାର୍ଯ୍ୟାଳୟ ଅଧୀନରେ ଥିବା ବାଘିଲ ବାବନ ପୁର ଅଙ୍ଗନୱାଡି କେନ୍ଦ୍ରର ବୋଲି ସୂଚନା ରହିଛି l ସିଡିପିଓ ନେବେ ଦୁଇ ହଜାର ବୋଲି ୱାର୍ଡ ସଭ୍ୟଙ୍କୁ ମିଛ କହି ଦୁଇ ହଜାର ଜାଗାରେ କର୍ମୀ କୋଡିଏ ହଜାର ଉଠାଇଥିବା ଅଭିଯୋଗ ହୋଇଛି l ଖାଲି ସେତିକି ନୁହେଁ ତିନି ହଜାର କହି ତିରିଶ ହଜାର ଉଠାଇଛନ୍ତି ଅଙ୍ଗନୱାଡି କର୍ମୀ ଗୋଲାପ ଜେନା ବୋଲି ଚର୍ଚ୍ଚା ହେଉଛି l ତେବେ କଣ ପାଇଁ ସିଡିପିଓ ଙ୍କୁ 2000 ଦିଆଯିବ ବୋଲି ପ୍ରଶ୍ନ କରିବାରୁ ସନ୍ତୋଷ ଜଣକ ଉତ୍ତର ଦେଉ ନାହାନ୍ତି ଅଙ୍ଗନୱାଡି କର୍ମୀ l ପୂର୍ବରୁ ଗର୍ଭବତୀ ଓ ପ୍ରସୂତି ମହିଳା ଏବଂ କୋମଳମତି ଶିଶୁମାନଙ୍କ ପାଇଁ ଆସୁଥିବା ଅଣ୍ଡା ଛତୁଆ ହଡ଼ପ କରିଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ କୋରନା ସମୟରେ ମଧ୍ୟ ଚଳୁ କରିଥିବା କହିଛନ୍ତି ଗ୍ରାମବାସୀ l ୱାର୍ଡ ମେମ୍ବର କୁ ମିଛ କହି ଯୁଗ୍ମ ଜମାଖାତାରୁ ଏତେ ଅଧିକ ଟଙ୍କା ଉଠାଣ କରିଥିବା ଏବଂ ତାହାର ହିସାବ ଦେଇପାରୁ ନ ଥିବା ତଥା ଡେରାବିଶ ସିଡିପିଓ ଙ୍କୁ 2000 ଟଙ୍କା କଣ ପାଇଁ ଦେବେ ତାକୁ ନେଇ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି l ଖାଲି ସେତିକି ନୁହେଁ କେନ୍ଦ୍ରକୁ ଆସୁଥିବା ପିଲାମାନଙ୍କ ଅଧିକ ଉପସ୍ଥାପନ ଅଧିକ ଦର୍ଶାଇ ବାଟ ମାରଣା କରୁଥିବା ଅଭିଯୋଗ ହୋଇ ଆସୁଛି I ହେଲେ ଶିଶୁ ବିକାଶ କାର୍ଯ୍ୟାଳୟ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ଫଳରେ ସିଡିପିଓ ଏବଂ କର୍ମୀ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ଚର୍ଚ୍ଚାର ବିଷୟ ପାଲଟିଛି l ଏ ସମ୍ପର୍କରେ ସିଡିପିଓ ଙ୍କ ସହ ଯୋଗାଯୋଗ କରିବାରୁ କୌଣସି ପତିକ୍ରିୟା ମିଳି ପାରିନାହିଁ l ତେବେ ଉକ୍ତ ଘଟଣା ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି I