ବରଗଡ଼ ବରପାଲିରେ ଏସଟିଏଫ ଦ୍ୱାରା ବିପୁଲ ପରିମାଣର ନକଲି ନୋଟ ଜବତ କରାଯାଇଛି । ଏହି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଉତ୍ତରପ୍ରଦେଶ ଗୋରଖପୁର ମୂଳନିବାସୀ ତଥା ବୁ୍ରଲା ଥାନା ସିର୍କିଡିର ପପୁ ଯାଦବ ଏବଂ ବରପାଲି ୱାର୍ଡ ନମ୍ବର 2 ର ବଲରାମ ମେହେର ବୋଲି ଜଣାପଡ଼ିଛି । ପୋଲିସ ତାଙ୍କଠାରୁ ୧୪ ଲକ୍ଷ ୨୯ ହଜାର ୫ ଶହ ଟଙ୍କା ନକଲି ନୋଟ ସହ ନକଲି ନୋଟ ତିଆରି ମେସିନ ଓ ଦୁଇଟି ମୋବାଇଲ ଜବତ କରିଛି । ତେବେ ଏହାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବଳରାମ ମେହେର ଏହା ପୂର୍ବରୁ ମଧ୍ୟ ନକଲି ନୋଟ ମାମଲାରେ ସଂପୃକ୍ତ ରହି ଜେଲ ଯାଇଥିଲେ । ଓଡିଶା ପୋଲିସର ସ୍ପେସିଏଲ ଟିମ ଅଭିଯୁକ୍ତ ମାନଙ୍କ ନମ୍ବରକୁ ଟ୍ରେକିଂ ରେ ରଖିଥିବା ବେଳେ ଗତକାଲି ତାଙ୍କ ପାଖକୁ ଉତ୍ତର ପ୍ରଦେଶ ଗୋରଖପୁରର ପପୁ ଯାଦବ ନକଲି ଟଙ୍କା ନେଇ ଆସୁଥିବା ଜାଣି ବରପାଲି ପୋଲିସ ସହ ଅତର୍କିତ ଭାବେ ଚଢ଼ାଉ କରିଥିଲେ ଏବଂ ଅଭିଯୁକ୍ତ ବଳରାମ ମେହେରଙ୍କ ଘରୁ ନକଲି ନୋଟ ଛାପିବା ମେସିନ,ନକଲି ଟଙ୍କା ଓ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ତେବେ ଅଭିଯୁକ୍ତ ବଳରାମ ଏଠାରେ ନକଲି ନୋଟ ଛାପି ବାହାର ରାଜ୍ୟ ଛତିଶଗଡ଼,ଉତ୍ତରପ୍ରଦେଶ ବିହାର ପରି ରାଜ୍ୟକୁ ପଠାଉଥିବା କୁହାଯାଉଛି । ପୋଲିସ ଏହା ଉପରେ ଅଧିକ ତଦନ୍ତ କଲେ ଏହି ଜାଲ ନୋଟ କାରବାରରେ ଆଉ କେଉଁ ରେକେଟ କାମ କରୁଛୁ ତାହା ଜଣାପଡିବ ବୋଲି ଆଶା କରାଯାଉଛି ।