ରକ୍ଷାବନ୍ଧନ,ଭାଇ,ଭଉଣୀର ଏକ ନିଆରା ପରମ୍ପରା କେଉଁ ସମୟରୁ ଚାଳି ଆସିଛି ରାକ୍ଷୀ ପୂର୍ଣ୍ଣମା ଦିନ ଭାଇର ଦୀର୍ଘାୟୁ କାମନା କରି ଭଉଣୀ ଭାଇକୁ ରାକ୍ଷୀ ବାନ୍ଧୁଥିବା ବେଳେ ଜୀବନ ସାରା ଭଉଣୀକୁ ରକ୍ଷା କରିବାର ଭାଇ ସଂକଲ୍ପ କରିବା ହେଉଛି ଏହି ପର୍ବର ମୂଳ ଉଦ୍ଦେଶ୍ୟ ଆଜି ବରଗଡ ଜିଲ୍ଲା ପାଇକମାଲ ଠାରେ ଟେମରୀ ଗ୍ରାମର ଶ୍ରୀମତୀ ଗୀତାଞ୍ଜଳି ସିଂ ଠାକୁର ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ରାକ୍ଷୀ ବାନ୍ଧିଛନ୍ତି Iଶ୍ରୀ ପୁରୋହିତ ଉଭଣୀ ଶ୍ରୀମତୀ ଗୀତାଞ୍ଜଳି ର ରକ୍ଷା କରିବା ସହିତ ସୁଖଦୁଃଖରେ ଜୀବନ ସାରା ଛିଡା ରହିବା ପାଇଁ ସଂକଳ୍ପ ନେଇଛନ୍ତି I ଏଠାରେ ପ୍ରକାଶ ଯୋଗ୍ଯ ଯେ,ଶ୍ରୀମତୀ ଠାକୁର ଟେମରୀ ଗ୍ରାମର ସ୍ବର୍ଗତ ମାଧବ ସିଂ ଠାକୁରଙ୍କ ଧର୍ମପତ୍ନୀ ଅଟନ୍ତି ଗତ ୨୦୧୦ ମସିହା ଡିସେମ୍ବର ୨୭ ତାରିଖ ଦିନ ଗନ୍ଧମାର୍ଦ୍ଦନ ପାହାଡର ବୋଡାସମ୍ବର ଜଙ୍ଗଲରେ ମାଧବ ସିଂ ଠାକୁର ଙ୍କୁ ପୋଲିସ ମାଓବାଦୀ ବୋଲି ଏନକାଉଣ୍ଟରର କରିଥିଲା,ଏହି ଏନକାଉଣ୍ଟର ବିବାଦ ଏବେ ମଧ୍ଯ ଦିଲ୍ଲୀ ମାନବ ଅଧିକାର କମିଶନ ଙ୍କ ଠାରେ ବିଚାରାଧୀନ ରହିଛି, ଶ୍ରୀମତୀ ଠାକୁରଙ୍କ ୩ଟି ଝିଅ ଏବେ ପଦ୍ମପୁର ଜେନିତ୍ ଏକାଡେମୀରେ ପାଠ ପଢୁଛନ୍ତି ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣମା ଦିନ ଶ୍ରୀମତୀ ଗୀତାଞ୍ଜଳି ନିଜର ଭାଇ ଭାବେ ଶ୍ରୀ ପୁରୋହିତ ଙ୍କୁ ରାକ୍ଷୀ ବାନ୍ଧିଥାନ୍ତି, ଏବଂ ଭାଇ ହିସାବରେ ଶ୍ରୀ ପୁରୋହିତ ତାଙ୍କ ରକ୍ଷା କରିବା ପାଇଁ ସବୁବେଳେ ପ୍ରସ୍ତୁତ ରହିଥାନ୍ତି I