ସୁବର୍ଣ୍ଣପୁର : ଏପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ହର ଘର ତୀରାଙ୍ଗ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅନ୍ୟପଟେ ଭାରତ ର ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷ ପ୍ରତି ଅବସରରେ କଂଗ୍ରେସ ଦଳ ପକ୍ଷରୁ ଦେଶ ବ୍ୟାପି ଆଜାଦି କା ଗୌରବ ଯାତ୍ରା କାର୍ଯ୍ୟକ୍ରମ ଚାଲିଛି I ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଠାରେ କଂଗ୍ରେସ ଦଳ ପକ୍ଷରୁ ଏହି ଗୌରବ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଜିଲ୍ଲାର ବହୁ ନେତା ଓ କର୍ମୀ ଯୋଗଦାନ କରିଥିଲେ I ଏହି ପଦଯାତ୍ରା ପ୍ରଥମେ ତରଭା ନୂଆପଡା ସ୍ଥିତ ପେଟ୍ରୋଲ ପମ୍ପ ନିକଟରୁ ବାହାରି ସହରର ମୁଖ୍ୟ ରାସ୍ତା ରଥପଡ଼ା, ହାଇସ୍କୁଲ ଛକ, ଥାନା ରାସ୍ତାଦେଇ ବ୍ଲକ କାର୍ଯ୍ୟାଳୟ,ନୂଆପଡା ରାସ୍ତାଦେଇ ପୁନଶ୍ଚ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ପହଞ୍ଚିଥିଲା I ଭାରତ ସ୍ୱାଧୀନ ହେବାରେ କଂଗ୍ରେସର ବଳିଦାନ କୁ ଦଳ ମାନେପକାଇବା ଉଦ୍ଦେଶ୍ୟରେ ଏହି ଯାତ୍ରା ଆରମ୍ଭ କରିଛି I ଅପରପଟେ ବର୍ତମାନ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢୁଥିବା କୁ ନେଇ ଦଳ ଉଭୟ ବିଜେପି ଓ ବିଜେଡି କୁ ଦାଇ କରିଛି ଏବଂ ଗରିବ ଲୋକଙ୍କ ପେଟରେ ଲାତ ମାରିବା ସଦୃଶ କେନ୍ଦ୍ର ସରକାର ଜିଏସ୍ଟି ଲାଗୁ କରିଛି ବୋଲି ଦଳୀୟ ନେତା କର୍ମୀ ପ୍ରକାଶ କରିଛନ୍ତି I ଏହି ସବୁ ବାର୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ନେଇ ଦଳ ଗୌରବ ଯାତ୍ରାର ଆହ୍ୱାନ ଦେଇଥିବା ଜଣାଯାଇଛି I ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଜିତେନ୍ଦ୍ର ପଟନାଏକ,ସୁବର୍ଣ୍ଣପୁର ଜିଲ୍ଲା ମହିଳା କଂଗ୍ରେସ ସଭାପତି ସୂର୍ଯ୍ୟକାନ୍ତି ବାଗ,ସମ୍ପାଦକ ସୁଧୀର କୁମାର ପଣ୍ଡା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ ,ତରଭା ନଗର ସଭାପତି ପ୍ରବୀଣ ସାହୁ, ବ୍ଲକ ସଭାପତି କାର୍ତିକ ନାଗ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ସାମିଲ ଥିଲେ I