Friday, November 15, 2024

୭୦ ଲକ୍ଷ ଗାୟବ ଘଟଣାରେ ଚାରି ଜଣଙ୍କୁ ଗିରଫ କଲା ପୋଲିସ

ସୁବର୍ଣ୍ଣପୁର କଲେଜରୁ ୭୦ ଲକ୍ଷ ଗାୟବ ଘଟଣା ରେ ଚାରି ଜଣଙ୍କୁ ଗିରଫ କଲା ସୁବର୍ଣ୍ଣପୁର ପୋଲିସ । ପଶ୍ଚିମବଙ୍ଗର କୋଚ ବିହାରରୁ ଚାରି ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୧୮ ଲକ୍ଷ ୯୮ ହଜାର ୫୦୭ ଟଙ୍କା ଥିବା ଆକାଉଣ୍ଟକୁ ଫ୍ରିଜ କରାଯାଇଥିବା ସୁଚନା ପ୍ରଦାନ କରିଛନ୍ତି ସୋନପୁର ଏସପି ଅମରେଶ ପଣ୍ଡା । ମିଳିଥିବା ସୁଚନା ଅନୁସାରେ ଗତ ଜୁନ ୬ ତାରିଖରେ ବ୍ୟାଙ୍କ ଅଫ ବରୋଦାରେ ଥିବା ସୋନପୁର କଲେଜର ଏକାଉଣ୍ଟରୁ ୭୦ ଲକ୍ଷ ୪୨ ହଜାର ୯ ଶହ ଟଙ୍କା ଏକ ଚେକ ମାଧ୍ୟମରେ ଟ୍ରାନ୍ସଫର ହୋଇଥିଲା । ଏନେଇ କଲେଜ ଅଧ୍ୟକ୍ଷ ୧୦ ତାରିଖରେ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ସୋନପୁର ପୋଲିସ ତତ୍ପରତା ପ୍ରକାଶ କରି ଘଟଣାକୁ ଗୁରୁତର ସହ ନେଇ ତନା ଘନା ଆରମ୍ଭ କରିଥିଲା । ଏକ ଟିମ ଗଠନ କରି ପୋଲିସ ତଦନ୍ତ ଚଳାଇଥିବା ବେଳେ ପଶ୍ଚିମ ବଙ୍ଗର କୋଚବିହାରରୁ ଚାରି ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୪ ଟି ମୋବାଇଲ ଫୋନ, ୨ଟି ଏଟିଏମ କାର୍ଡ, ୩ଟି କ୍ରେଡିଟ କାର୍ଡ, ପାନ କାର୍ଡ ଏବଂ ଆଧାରକାର୍ଡକୁ ଜବତ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ସବୁଜ ଘୋଷ, ସୁବାଶ ଦାସ, ବିଉଟି ଦାସ ଏବଂ ଦ୍ରୌପଦି ଦେ ସରକାର । ସମସ୍ତେ କୋଚ ବିହାରର ବୋଲି ସୁଚନା ଦେଇଛନ୍ତି ଆରକ୍ଷି ଅଧିକ୍ଷକ । ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ନେଇ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛନ୍ତି ସୋନପୁର ଏସପି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles