Tuesday, December 24, 2024

ଉଲୁଣ୍ଡା ଠାରେ ପୋଲିସ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ଥାନା ଅନ୍ତର୍ଗତ ପଞ୍ଚାୟତ କଲେଜ ଠାରେ ରାଜ୍ୟ ପୋଲିସ ବିଭାଗ ର ନିର୍ଦ୍ଧେଶ କ୍ରମେ ମୋ ସରକାର ତରଫରୁ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିର କୁ ସୁବର୍ଣ୍ଣପୁର ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ I ଏଥିରେ ରକ୍ତ ଦାତା ତଥା ଅଞ୍ଚଳର ଅନ୍ୟାନ୍ୟ ଅଗ୍ରଣି ସେଚ୍ଛାସେଵୀ ସଂଗଠନ ର କର୍ମକର୍ତ୍ତାଙ୍କୁ ସମ୍ମାନିତ କରି ଉତ୍ସାହିତ କରିଥିଲେ l ଏସ ଡି ପି ଓ ଡୋଳାମଣି ଭୋଇ, ଆରଟିଓ ବିଭାଗୀୟ ଅଧିକାରୀ ରବିନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ଉଦଯାପନୀ ଉସ୍ସବ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରଭଣେ ଯୋଗ ଦେଇ ରକ୍ତଦାତା, ସ୍ବେଛାସେବୀ ସଂଗଠନ ତଥା ଉଲୁଣ୍ଡା ଟାଉନ୍ ଥାନା ପୋଲିସ୍ କୁ ରକ୍ତ ଦାନ କ୍ଷେତ୍ର ରେ ଉତ୍କୃଷ୍ଟ ସଫଳତା ହେତୁ ଭୂୟସୀ ପ୍ରଶଂସା କରି ଅଗ୍ରଣୀ ସ୍ବେଛାସେବୀ ସଂଗଠନ କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଶିବିରରେ ମୋଟ 509 ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ରେକର୍ଡ ସୃଷ୍ଟି କରିଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ l ଆମ ପୋଲିସ ସଭାପତି ନରେନ୍ଦ୍ର ଆଚାର୍ଯ୍ୟ, ଜ଼ିଲ୍ଲା ହାବିଲଦାର ସଂଘ ସଭାପତି କୁମୁଦ ରଞ୍ଜନ ମେହେର, ସମ୍ପାଦକ ସୁଦଂlଶୁ ମେଂଡେଲି, ଜ଼ିଲ୍ଲା ପୋଲିସ ରକ୍ତ ସଂଯୋଜକ ମନୋଜ ପଣ୍ଡା, ସାମ୍ବାଦିକ ମଣ୍ଡଳୀ ତଥା ସୋନପୁର ସ୍ୱଚ୍ଛ ଭାରତ କୋଡିନେଟର ମନୋରଞ୍ଜନ ତ୍ରିପାଠୀ ଏହି ଶିବିର ଓ ଉଭୟ ସମ୍ବର୍ଦ୍ଧିତ ସଭା ସଂଯୋଜନା କାର୍ଯ୍ୟକ୍ରମ ପରିଚାଳନା ରେ ସମ୍ପୂର୍ଣ ସହଯୋଗ କରିଥିଲେ ଓ ଥାନା ର ସମସ୍ତ କର୍ମଚାରୀ ପ୍ରମୁଖ ଶୃଙ୍ଖଳା ରକ୍ଷା କରିଥିଲେ । ଆଜିର ସମୁଦାୟ 509 ୟୁନିଟ ରକ୍ତ ରୁ ସୋନପୁର ବ୍ଲଡ଼ ବ୍ୟାଙ୍କ କୁ 150 ୟୁନିଟ, ବରଗଡ଼ ସରକାରୀ ରକ୍ତ କେନ୍ଦ୍ର କୁ 129 ୟୁନିଟ, ଓ ବୁର୍ଲା ମେଡିକାଲ ରକ୍ତ କେନ୍ଦ୍ର କୁ 230 ୟୁନିଟ ରକ୍ତ ପଠାଇଥିବା ଜଣାଯାଇଛି l ଉଲୁଣ୍ଡା ଥାନା ର ଏହିଭଳି ଆୟୋଜନ କୁ ନେଇ ଅଞ୍ଚଳବାସୀ ଖୁବ ପ୍ରଶଂସା କରିଛନ୍ତି I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles