ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକର ଅନେକ ପଂଚାୟତ ୨୦୨୦-୨୧ ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତା ପାଇବାରୁ ବଞ୍ଚିତ ଅଛନ୍ତି l ତେଣୁ ଏହାର ପ୍ରତିବାଦରେ ୨୬ ଜୁଲାଇରେ ଚାଷୀମାନେ ରାଜପଥ ଅବରୋଧ କରି ଧାରଣା ଦେଲା ପରେ ମଧ୍ୟ କୈାଣସି ସୁଫଳ ପାଇପାରି ନାହାନ୍ତି l ତେଣୁ କରି ଏହାର ପ୍ରତିବାଦରେ ପୁଣି ଲୋଇସିଂହା ଥାନା ଅନ୍ତର୍ଗତ ରୁଗୁଡ଼ିଖାଲ ଠାରେ ଆଗଲପୁର ବ୍ଲକ କୃଷକ ସଂଘ ସଭାପତି ରତ୍ନାକର ମିଶ୍ରଙ୍କ ଅଧ୍ୟକ୍ଷତାରେ ବଲାଙ୍ଗୀର-ବରଗଡ଼ ୨୬ ନଂ ଜାତୀୟ ରାଜପଥ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅବରୋଧ କରାଯାଇଛି। ଏଥିରେ ନୁନିଆପାଲି, ଝରଣୀପାଲି ନଅଗା (ଖ), ବେନ୍ଦ୍ରା,ସାଲେଭଟା, ପଟୁଆପାଲି ପଞ୍ଚାୟତ ର ଚାଷୀ ସାମିଲ ହୋଇଛନ୍ତି । ଏଥିରେ ଜିଲ୍ଲା କୃଷକ ମହାସଂଘ ସଭାପତି ଜ୍ୟୋତି ପଧାନ, ସୌମେନ୍ଦ୍ର ପରିଛା, ବଲାଙ୍ଗୀର କୃଷକ ସଂଘର୍ଷ ସଙ୍ଘ ସଭାପତି ବିଭୂତି ମିଶ୍ର ସାମିଲ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଙ୍କୁ ତୀବ୍ର ସମାଲୋଚନା କରିଥିଲେ l ସକାଳ ୮ଟା ରୁ ଆନ୍ଦୋଳନ ଜାରି ରହିଥିଲେ ସୁଦ୍ଧା ଏଯାବତ ଜିଲ୍ଲା ପ୍ରଶାସନ ପକ୍ଷରୁ କେହି ଆଲୋଚନା ପାଇଁ ଆସିନଥିବା ଜଣାଯାଇଛି ।