ଜଙ୍ଗଲ ଭିତରେ ବାଘର ଗଳିତ ମୃତ ଦେହ ଠାବ । ବାରହା ଫାସରେ ପଡି କରଲାପତରିଆ ବାଘର ମୃତ୍ୟୁ ହୋଇଥିବା ଅଭିଯୋଗ । ମୃତ ବାଘର ନଖ ଓ ନିଶକୁ ଦୁର୍ବୁତ୍ତମାନେ ନେଇଯାଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳର ବାଘପାଲି ଜଙ୍ଗଲରେ । ଆଜି ସକାଳୁ କିଛି ଲୋକ ଜଙ୍ଗଲ ଭିତରକୁ ଛେଳି ଚରାଇବାକୁ ଯାଇଥିଵା ବେଳେ ଦୁର୍ଗନ୍ଧ ହେଉଥିବା ଜାଣିଲେ । ନିକଟକୁ ଯାଇ ଦେଖିଲାବେଳକୁ ଏକ କଲରାପତରିଆ ବାଘ ମରି ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ସେମାନେ ଗ୍ରାମବାସୀଙ୍କୁ ସେ ଜଣାଇଥିଲେ । ବାଘକୁ ଦେଖିବା ପାଇଁ ଘଟଣା ସ୍ଥଳରେ ବେସ ଭିଡ ଜମିଥିଲା । ତେବେ ବାଘଟି ମରିବାର ୫ ରୁ ୭ ଦିନ ହୋଇ ଯାଇଥିବାରୁ ତାର ମୃତ ଦେହରେ ପୋକ ଫୁଟି ଯାଇଥିବା ଦେଖିବାକୁ ମିଳିଛି । ଏନେଇ ଲୋକେ ଉଲୁଣ୍ଡା ବନ ବିଭାଗକୁ ଖବର ଦେଇଥିଲେ ହେଁ ବନ ବିଭାଗ କର୍ମଚାରୀମାନେ ବିଳମ୍ବରେ ଘଟଣା ସ୍ଥଳରେ ପହଂଚିଥିବା ଅଭିଯୋଗ ହୋଇଛି । ଜଙ୍ଗଲ ଭିତରେ ବିଦ୍ୟୁତ ତାର ଯାଇଥିବାରୁ ଦୁର୍ବୁତ୍ତମାନେ ସେଠାରୁ ବିଦ୍ୟୁତ ବ୍ୟବହାର କରି ଜନ୍ତୁ ଶିକାର କରୁଥିବା ଅଭିଯୋଗ ହୋଉଛି । ଫଳରେ କେତେବେଳେ ବାଘ ତ କେତେବେଳେ ହାତୀ ପୁଣି ହେତେବେଳେ ମଣିଷ ମଧ୍ୟ ମରୁଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ କଲେ ମଧ୍ୟ ବନ ବିଭାଗ ଓ ବିଦ୍ୟୁତ ବିଭାଗ ଦୃଷ୍ଟି ଦେଉ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଅଂଚଳବାସୀ ।