ଏନଏସିରେ ଠିକ ଭାବରେ ବସୁନାହିଁ ମାସିକ ବୈଠକ I ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ଫେଲ ମାରିଛି ନୂତନ କାଉନସିଲ I ଏହିଭଳି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସି ବିରୁଦ୍ଧରେ I ମିଳିଥିବା ସୂଚନା ଅନୁସାରେ ତରଭା ଏନଏସି ରେ ମନମୁଖୀ କାର୍ଯ୍ୟକଳାପ କୁ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ତିନି ନମ୍ବର ୱାର୍ଡ କାଉନସିଲର ଗୋଲାପୀ ବର୍ମା I ଚଳିତ ବର୍ଷ ପୌର ନିର୍ବାଚନରେ ବିଜେଡି ଦଳ ବହୁମତ ହାସଲ କରି ଶ୍ରୀମତୀ ବନ୍ଦିତା ନାୟକ ତରଭା ଏନଏସିରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ ତୁଲାଉଛନ୍ତି I ବନ୍ଦିତା ନାୟକଙ୍କ ଅଧ୍ୟକ୍ଷତାରେ ଗତ ଏପ୍ରିଲ ମାସ 13 ତାରିଖରେ କାଉନସିଲ, ର ପ୍ରଥମ ମାସିକ ବୈଠକ ବସିଥିଲା I ଦୀର୍ଘ ଚାରିମାସ ପରେ ଗତ ଅଗଷ୍ଟ ଅଣତିରିଶ ତାରିଖ ପୁଣି ଦ୍ବିତୀୟ ବୈଠକ କରାଯାଇଥିଲା I ହେଲେ ଆଜି ପର୍ଯ୍ୟନ୍ତ ଉକ୍ତ ବୈଠକର ରଜୁଲେସନ କାଉନସିଲର ମାନଙ୍କୁ ପ୍ରଦାନ କରାଯାଇ ନ ଥିବା ଅଭିଯୋଗ କରିଛନ୍ତି କାଉନସିଲର ଗୋଲାପୀ ବର୍ମା I ତରଭା ଏନଏସିରେ ମନମୁଖୀ ଶାସନ ଚାଲିଥିବା ସେ କହିଛନ୍ତି I ଲୋକଙ୍କ ସୁବିଧା ଯୋଗାଇଦେବା ବଦଳରେ ନିଜ ସ୍ୱାର୍ଥ ସାଧନରେ ଲାଗି ପଡିଛନ୍ତି I ଯାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଶ୍ରୀମତୀ ବର୍ମା I ଲକ୍ଷ ଲକ୍ଷ ଟଙ୍କାର ଭିବିନ୍ନ ଉନ୍ନତି ମୂଳକ କାର୍ଯ୍ୟ ବିନା ସୂଚନା ଫଳକରେ ଏବଂ ନିମ୍ନମାନର ହେଉଥିବା, ଅଧିକାରୀ ଠିକାଦାର ଙ୍କ ମଧୁଚନ୍ଦ୍ରିକା ଚାଲିଥିବା, ନାଳ ନର୍ଦମା ଖୋଲା ରହିଥିବା ଆଦି ବିଷୟ କୁ ନେଇ ଆଗକୁ ଜିଲ୍ଲାପାଳ ଙ୍କୁ ଭେଟିବା ନେଇ ପ୍ରକାଶ କରିଛନ୍ତି I ପ୍ରାପ୍ତ ସୂଚନା ମୁତାବକ ବନ୍ୟା ବିପର୍ଯୟ ମୁକାବିଲା ପୂର୍ବରୁ ଏନଏସି ପକ୍ଷରୁ ୱାର୍ଡ ସରକାର ଦସ୍ତଖତ ଥିବା ଏକ ସାର୍ଟିଫିକେଟ ଦେବାକୁ ଏକାଉନସିଲର ମାନଙ୍କୁ ଦିଆ ଯାଇଥିଲା I ବନ୍ୟା ବିପର୍ଯୟ ମୁକାବିଲା ପୂର୍ବରୁ ସହରର ନାଳ ନର୍ଦମା ସବୁ ଢାଙ୍କି ଦିଆ ଯାଇଥିବା ସେଥିରେ ଉଲ୍ଲେଖ ରହିଥିଲା I ହେଲେ ଅସଲ ଚିତ୍ର ଦେଖନ୍ତୁ, ହାଟପଦା ଠାରୁ ନୂଆପଡା ପର୍ଯ୍ୟନ୍ତ ଥିବା ଭୂତଳ ନାଳ ର ଜାଲି ଓ ରାସ୍ତା ମଝିର ଢାଙ୍କୁଣୀ ଅନେକ ସ୍ଥାନରେ ନାହିଁ I ବିଭାଗ ମିଛ କାଗଜପତ୍ର ଦେଖାଇ ଦୋଷ ଲୁଚାଉଥିବା ଏଥିରୁ ସ୍ପଷ୍ଟ ଜଣାପଡୁଛି I ଏନଏସି ର କାର୍ଯ୍ୟକଳାପ କୁ ନେଇ ଏବେ ଜନସାଧାରଣରେ ମଧ୍ୟ ଅସନ୍ତୋଷ ଦାନ ବାନ୍ଧୁଛି I ଯାହାକୁ ନେଇ ଏବେ ଜିଲ୍ଲାପାଳ ହସ୍ତକ୍ଷେପ କରିବା ନେଇ ଲୋକେ ଦାବି କରିଛନ୍ତି I