ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା ଅଭିଯୋଗ I ଠେଙ୍ଗା ଓ ଲୁହା ରଡ଼ରେ ପିଟି ପିଟି ଯୁବକଙ୍କୁ ହତ୍ୟା ଉଦ୍ୟମ I ଏହିଭଳି ଘଟଣା ଦେଖିବାକୁ ମିଳିଛି ତରଭା ବ୍ଲକ ଅନ୍ତର୍ଗତ ଝରତରଭା ଗ୍ରାମରେ I ମୃତକ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ସାଲେପାଲି ଗ୍ରାମର ନରେନ୍ଦ୍ର ପଧାନ ଯାହାଙ୍କର ବୟସ 25 ବର୍ଷ ବୋଲି ସୂଚନା ରହିଛି I ମୃତକଙ୍କ ଭାଇ କାନ୍ହା ପଧାନ ଏ ନେଇ ତରଭା ଥାନାରେ ଗତ 10 ତାରିଖ ଲିଖିତ ଅଭିଯୋଗ କରିଥିଲେ I ମୃତକଙ୍କ ପରିବାରଙ୍କ ଝରତରଭା ଗ୍ରାମରେ ମଧ୍ୟ ତାଙ୍କର ବସବାସ ରହିଛି I ମଝିରେ ମଝିରେ ସେଠାକୁ ପରିବାର ବିଭିନ୍ନ କାମରେ ଆସିଥାନ୍ତି I ମୃତକ ନରେନ୍ଦ୍ର ଝରତରଭା ଗ୍ରାମପଞ୍ଚାୟତ ଠକପାଲି ଗ୍ରାମର ଏକ ପୋଖରୀ ପାଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ନେଇ ତାଙ୍କ ମାଆ ଲକ୍ଷ୍ମୀ ପଧାନ ପୁଅ କାହ୍ନ କୁ ଫୋନ ଯୋଗେ ଖବର ଦେଇଥିଲେ I ତାଙ୍କୁ ବୁର୍ଲା ମେଡିକାଲ କୁ ନେଉଥିବା ବେଳେ ସେଠାରେ ପହଞ୍ଚିବାରୁ ଡାକ୍ତର ମୃତ ଘୋଷଣା କରିଥିଲେ I ତେବେ ମୃତକ ଙ୍କ ଭାଇ ତରଭା ଥାନାରେ ଲିଖିତ ଅଭିଯୋଗ ପରେ ଏନେଇ ତରଭା ଥାନାରେ କେସ ନମ୍ବର 208/22 ଆଇପିସି 302/34ରେ ମାମଲା ରୁଜୁ ହୋଇଥିଲା I ତରଭା ପୋଲିସ ତଦନ୍ତ ଆରମ୍ଭ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି I ଗିରଫ ଅଭିଯୁକ୍ତ ମାନେ ହେଲେ ଝରତରଭା ଗ୍ରାମର ଅଙ୍ଗଦ ନାଏକ ଏବଂ ସିକୁ ଓରଫ ଶିବୁ ନାଏକ I ହତ୍ୟା ଉଦ୍ୟମରେ ବ୍ୟବହୃତ ଠେଙ୍ଗା ଓ ଲୁହା ରଡ଼୍କୁ ପୋଲିସ ଜବତ କରିଛି I ଅଭିଯୁକ୍ତ ଦ୍ବୟ ନିଜ ଦୋଷ ସ୍ୱୀକାର କରିଥିବା ପୋଲିସ ପ୍ରକାଶ କରିଛି I ଏନେଇ ଆଜି ତରଭା ଥାନାରେ ଆଇଆଇସି ସୁବ୍ରତ କୁମାର ପାଣିଗ୍ରାହୀ ଙ୍କ ଉପସ୍ଥିତିରେ ଏସଡିପିଓ ପୁଷ୍ପାଞ୍ଜଳି ନେଗୀ ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ପ୍ରଦାନ କରିଛନ୍ତି I ଅଭିଯୁକ୍ତ ଦ୍ଵୟଙ୍କ ମେଡିକାଲ ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି I ଏହି ଘଟଣାରେ ଆହୁରି ସମ୍ପୃକ୍ତି ଥିବାନେଇ ପୋଲିସ ତଦନ୍ତ ଚଳାଇଛି I