Friday, November 15, 2024

ସୁବର୍ଣ୍ଣପୁର ର କଇଁଫୁଲ ବା ନିଆଁମଡା ବଳୀଯାତ୍ରାରେ

ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ପୀଠ ହେଉଛି ସୁବର୍ଣ୍ଣପୁର ସହର । ଏଠାରେ ତନ୍ତ୍ର ପଦ୍ଧତିରେ ବିଭିନ୍ନ ଦେବାଦେବୀଙ୍କୁ ପୂଜା ଆରାଧନା କରାଯାଇଥାଏ । ସେହିପରି ନିଆଁର ଜ୍ବଳନ୍ତା ଅଙ୍ଗାରରେ ଚାଲିବା ଦେଖିବାକୁ ମିଳେ ସୁବର୍ଣ୍ଣପୁର ସହର ର ଖଦାଳପଡା କଇଁଫୁଲ ବା ନିଆଁମଡା ବଳୀଯାତ୍ରାରେ । ନିଆଁ ଉପରେ ବରୁଆମାନେ ଚାଲିବା ପରେ ଆସ୍ଥା ଓ ବିସ୍ୱାସର ସହ ଶ୍ରଦ୍ଧାଳୁ ନିର୍ଭୟରେ ଚାଲିଥାନ୍ତି ଏହି ନିଆଁ ଉପରେ । ଏହି ଯାତ୍ରା ଦେଖିବାକୁ ଆଖାପାଖ ଅଂଚଳରୁ ବହୁ ଲୋକଙ୍କ ଭିଡ ଜମିଥାଏ ସୋନପୁର ସହରରେ । ମାଁ ଠାକୁରାଣୀ, ସୁବର୍ଣ୍ଣପୁର ସହରର ଖଦାଲପଡାର ଅଧିଷ୍ଠାତ୍ରୀ ଦେବୀ । ରାଜା ରାଜୁଡା ଅମଳରୁ ଏହି ଦେବୀ ପୀଠରେ ପାଳିତ ହୋଇ ଆସୁଛି କଇଁଫୁଲ ତଥା ନିଆଁମଡା ଯାତ୍ରା । କାର୍ତ୍ତିକ ପ୍ରତିପଦା ତିଥିରେ ଆରମ୍ଭ ହୋଇ ତିନିଦିନ ଧରି ଚାଲିଥିବା ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ନିଆଁମଡା ବା ଅଗ୍ନିରେ ଚାଲିବା । ପୂଜାପାଠ ପରେ ପ୍ରାଚୀନ ଲୋକବାଦ୍ୟ ଧୁନକେଲ ଓ ଢୋଲ, ନିଶାନ , ମହୁରୀର ତାଳେ ତାଳେ ଉଦଣ୍ଡ ନୃତ୍ୟ କରିଥାନ୍ତି ବରୁଆମାନେ । ଠାକୁରାଣୀ ପୀଠରୁ ନାଚି ନାଚି ବରୁଆମାନେ ଆସିଥାନ୍ତି ନିଆଁମଡା ପଡିଆକୁ । ସେଠାରେ ବରୁଆମାନେ ଜ୍ବଳନ୍ତା ଅଙ୍ଗାର ଉପରେ ଚାଲିବା ପରେ ଶହ ଶହ ଶ୍ରଦ୍ଧାଳୁ ଖାଲିପାଦରେ ନିଆଁ ଉପରେ ଚାଲିଥାନ୍ତି । ବରୁଆ ଚାଲୁଥିବା ଏହି ଅଙ୍ଗାର ଉପରେ ଚାଲିଲେ ନିଜର ମନସ୍କାମନା ପୂରଣ ହେବା ସହ ରୋଗ ଦୁଃଖରୁ ରକ୍ଷା ପାଇବା ବୋଲି ବିଶ୍ବାସ ରହିଛି ଭକ୍ତମାନଙ୍କର । ତନ୍ତ୍ର ପୀଠ ସୁବର୍ଣ୍ଣପୁରରେ ଐତିହାସିକ ବଳିଯାତ୍ରା ପରେ ପରେ ପାଳିତ ହୁଏ ଠାକୁରାଣୀ ଯାତ୍ରା ।ବଳିଯାତ୍ରା ପରି ଏହି ନିଆଁମଡା ଯାତ୍ରାରେ ତନ୍ତ୍ରର ପ୍ରୟୋଗ ହେଉଥିବା ଦେଖିବାକୁ ମିଳେ । ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗରେ ଅଗ୍ନି ସ୍ତମ୍ବନ ମନ୍ତ୍ର ପ୍ରୟୋଗ କରି ନିଆଁକୁ ଶାନ୍ତ କରାଯାଏ ଫଳରେ ନିଆଁ ଉପରେ ଖାଲି ପାଦରେ ଚାଲିଲେ ବି ତାହା ଶିତଳତା ପ୍ରଦାୟକ ହୋଇଥାଏ ବୋଲି ପୂଜକମାନେ କହନ୍ତି । ଗଡଜାତ ଶାସନ ଅମଳରୁ ପାରମ୍ପାରିକ ରିତୀ ନିତୀରେ ଯାକଜମକରେ ପାଳିତ ହୋଇଆସୁଛି ଏହି ଠାକୁରାଣୀ ଯାତ୍ରା ବା ନିଆଁମଡା ଯାତ୍ରା । ଏଭଳି ଏକ ଅନନ୍ୟ ଉତ୍ସବ ଦେଖିବା, ନିଆଁ ଉପରେ ଚାଲି ଠାକୁରାଣୀଙ୍କ କୃପା ପାଇବାକୁ ଆଖପାଖ ଅଂଚଳରୁ ବେସ୍ ଭିଡ ହୋଇଥାଏ ଶ୍ରଦ୍ଧାଳୁମାନଙ୍କର ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles