Tarbha : ଓଡିଶା ଡ୍ରାଇଭର ମହାସଂଘ ଦୀର୍ଘ ଦିନ ହେବ ବିଭିନ୍ନ ଦାବି ରାଜ୍ୟ ସରକାରଙ୍କ ଆଗରେ ଉପସ୍ଥାପନ କରି ଆସୁଅଛି I ଯାହାକୁ ନେଇ ମହାସଂଘ ପକ୍ଷରୁ ବିଧାନସଭା ଘେରାଓ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି I କିଛି ଦିନ ହେବ ଡ୍ରାଇଭର ମହାସଂଘ ର ପଞ୍ଚୁପାଣ୍ଡବ ବୋଲାଉଥିବା ରାଜ୍ୟସ୍ତରୀୟ କର୍ମକର୍ତ୍ତା ସମ୍ବଲପୁର ସମଲେଇ ମନ୍ଦିର ଠାରୁ ନବୀନ ନିବାସ ପର୍ଯ୍ୟନ୍ତ ଦଣ୍ଡବତ ପଦଯାତ୍ରାରେ ବାହାରିଛନ୍ତି I ହେଲେ ସରକାର ଏମାନଙ୍କ ଦାବି ଗୁଡିକୁ ଅଣଦେଖା କରୁଥିବା ନେଇ ଅଭିଯୋଗ କରିଛି ମହାସଂଘ I ଏହିସବୁକୁ ନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଡ୍ରାଇଭର ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀ ର ଅୟୋଜନ କରାଯାଇଥିଲା I ସଂଘ ରାଜ୍ୟସରକାର ଙ୍କ ଅପାରଗତା କୁ ନେଇ ଖୁବ ବର୍ଷିଥିଲା I ଆଗମୀ ଦିନରେ ଯଦି ରାଜ୍ୟ ସରକାର ମହାସଂଘ ର 10 ଦଫା ଦାବି ପୁରାଣ ନ କଲେ ସ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କରାଯିବ ବୋଲି ମହାସଂଘ ଚେତାବନୀ ଦେଇଛି I ଏହାସହ କିଛି ହାତଗଣତି ସଂଘ ନିଜ ସ୍ୱାର୍ଥ ସାଧନ ପାଇଁ ଡ୍ରାଇଭର ମାନଙ୍କୁ ପ୍ରବର୍ତ୍ତାଉଥିବା କୁ ମହାସଂଘ ପକ୍ଷରୁ ନିନ୍ଦା କରାଯାଇଛି I ଆଜିର ଏହି ସାମ୍ବାଦିକ ସମ୍ବିଳନୀରେ ଓଡିଶା ଡ୍ରାଇଭର ମହାସଂଘ ତରଭା ବ୍ଲକ ସାଖାର ସଭାପତି ସୁରେଶ ଚନ୍ଦ୍ର ବେହେରା, ଉପସଭାପତି ରମେଶ ଗୁରୁ, ସମ୍ପାଦକ ରଂଜିତ କମ୍ପ, ସହ ସମ୍ପାଦକ ଅର୍ଜୁନ ସା, କୋଷାଧକ୍ଷ ନନ୍ଦୀ କିଶୋର ସାହୁ, କାର୍ଯ୍ୟକାରୀ ସମ୍ପାଦକ ସୁଧୀର କୁମାର ସାହୁ, ଉପଦେଷ୍ଠା ଚନ୍ଦ୍ର ଶେଖର ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଡ୍ରାଇଭର ମାନେ ଯୋଗଦାନ କରିଥିଲେ I