Friday, November 15, 2024

ମରଣଯନ୍ତା ପାଲଟିଛି ବାଇପାସ ରାସ୍ତା

କଥାରେ ଅଛି ଜଳ ହିଁ ଜୀବନ I ପାଣି ବିନା ବଞ୍ଚିବା ଅସମ୍ଭବ, ହେଲେ ବେଳେ ବେଳେ ଏହା ମୃତ୍ୟୁର କାରଣ ବି ସାଜିପାରେ I ଏହା ଆମେ କହୁନୁ, ଏହା କହୁଛନ୍ତି ଭିଡିଓରେ ଦେଖାଯାଉଥିବା ଲୋକମାନେ I ଏହା ଥିଲା ଏକ ଉଦାହରଣ ସ୍ୱରୂପ I ଏବେ ଆସନ୍ତୁ ନଜର ପକାଇବା ଖବର ଉପରେ I ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନସ୍ଥ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ବାଇପାସ ରାସ୍ତା I ସୂଚନା ମୁତାବକ ରାସ୍ତାଟି ତରଭା ଠାରେ ଥିବା ପେଟ୍ରୋଲ ପମ୍ପ ପାର୍ଶ୍ୱ ଦେଇ ବାପୁଜୀ କ୍ଲବ ମଝିରେ ରାସ୍ତାଟି ପୁରାପୁରି ଭାବରେ ଖରାପ ଅବସ୍ଥାରେ ରହିଛି I ରାସ୍ତା ମଝିରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଛି I ଲୋକେ ଯିବା ଆସିବା କରୁଥିବା ବେଳେ ଦୁର୍ଘଟଣାର ଶିକାର ହେଉଥିବା ନଜର ରହିଛି I ହେଲେ ପୂର୍ତ୍ତ ଏବଂ ଏନଏସି ଉଭୟ ବିଭାଗର ନଜର ପଡୁନାହିଁ I ରାସ୍ତା ନିର୍ମାଣ ବେଳେ ଏଠାରେ ଜଳ ନିଷ୍କାସନ ପାଇଁ ଏକ କଲଭଟ ତିଆରି କରାଯାଇଥିଲା I ବନ୍ୟା ସମୟ ରୁ ତାହା ଭାଙ୍ଗି ଯାଇଥିବାରୁ ଆଉ କଲଭଟ ତିଆରି ନ କରି ରାସ୍ତା କରି ଦିଆଯାଇଥିବା ଲୋକମାନେ ପ୍ରକାଶ କରିଛନ୍ତି I ସହରର ନାଳ ନର୍ଦମା ପାଣି ସବୁ ରାସ୍ତାରେ ଜମି ରହୁଛି I ଏହାସହ ଆଖପାଖ ରେ ଥିବା ଚାଷ ଜମି କାଦୁଅ ସରସର ହୋଇ ନଷ୍ଟ ହେବାରେ ଲାଗିଛି I ଗତ ଦୁଇ ଦିନ ତଳେ ଜଣେ ମହିଳା ଏବଂ ତାଙ୍କ ଶିଶୁ ଏହି ରାସ୍ତା ଦେଇ ଯାଉଥିବା ବେଳେ ଦୁର୍ଘଟଣା ର ଶିକାର ହୋଇଥିବା ଲୋକେ ପ୍ରକାଶ କରିଛନ୍ତି I ଶେଷରେ ବାଧ୍ୟ ହୋଇ ସ୍ଥାନୀୟ ଲୋକେ ଗଛକାଟି ରାସ୍ତା ଅବରୋଧ କରିଥିଲେ I ସ୍ଥାନୀୟ ଲୋକେ ଏହାକୁ ନେଇ ଉଭୟ ବିଭାଗ ଉପରେ ଖୁବ ବର୍ଷିଥିଲେ I ତେବେ ସହରରେ ଲୋକଙ୍କ ସୁବିଧା ପାଇଁ ଡ୍ରେନ ର ଅବଶକ୍ୟତା ରହିଥିବା ବେଳେ କାହିଁକି ପ୍ରଶାସନ ନିରବ ସାଜିଛି I ନୂତନ କାଉନସିଲ ତିଆରି ହେବାର ପ୍ରାୟ ପ୍ରାୟ ନଅ ମାସ ବିତିଗଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଆଖି ଦୃଶିଆ କାର୍ଯ୍ୟ ହେଉନ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା I ତେବେ ପୂର୍ତ ବିଭାଗ ର ଖାମଖିଆଲି ମନୋଭାବ ଏବଂ ଏନଏସି କର୍ତ୍ତୃପକ୍ଷ ଙ୍କ ଉଦାସୀନତା ଯୋଗୁଁ ସହରର ଅବସ୍ଥା ଏହିଭଳି ରହିଥିବା ନେଇ ଲୋକଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧୁଛି I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles