ମଙ୍ଗଳବାର ତରଭା ଥାନା ଅନ୍ତର୍ଗତ କମସରା ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ତରଭା ଆଇଆଇସି ସୁବ୍ରତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ମୁଖ୍ୟତଃ ଆସନ୍ତା ଡିସେମ୍ବର 18 ତାରିଖ କମସରା ଫାଣ୍ଡି ପରିସରରେ ଏକ ମେଗା ରକ୍ତଦାନ ଶିବିର ର ଆୟୋଜନ କରାଯିବ ନେଇ ବିସ୍ତାରରେ ଆଲୋଚନା କରାଯାଇଥିଲା I ଏହିଭଳି ରକ୍ତଦାନ ଶିବିର ର ଆୟୋଜନ କଲେ ଆଗକୁ ଜିଲ୍ଲାରେ ଯେପରିକି କୌଣସି ରୋଗୀ, ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ଯେକେହି ହେଉନା କାହିଁକି ରକ୍ତ ଅଭାବ ଦୂର ହୋଇ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିବ ବୋଲି ଆଇଆଇସି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲେ I ଏହି ଶିବିରରେ ଉପସ୍ଥିତ ବ୍ୟକ୍ତି ବିଶେଷ ହେବାକୁ ଥିବା ରକ୍ତଦାନ ଶିବିର କୁ ନେଇ ନିଜ ନିଜ ମତ ବ୍ୟକ୍ତ କରିଥିଲେ I ଅବସର ପ୍ରାପ୍ତ ଶିକ୍ଷକ ଜୟପ୍ରକାଶ ନାରାୟଣ ସାହୁ ଶିବିରର ଅୟୋଜନକୁ ନେଇ ଭଲ ଭାବରେ ପ୍ରଚାର ପ୍ରସାର କରିବା ପାଇଁ କହିଥିବା ବେଳେ ଯୁବ ସାମ୍ବାଦିକ ଭୋଲା କୁମାର ବର୍ମା କମସରା ଫାଣ୍ଡି କୁ ରକ୍ତଦାତାଙ୍କ ସୁବିଧା ପାଇଁ ପରିବହନ ର ସୁବିଧା,ବିଭିନ୍ନ ଅନୁଷ୍ଠାନ ସହ ଯୋଗାଯୋଗ କରିବା ନେଇ କହିଥିଲେ I Change your mind Association Tarbha ସଂଗଠନ ତରଫରୁ ରିତେଶ ସାହୁ ବିଶେଷ କରି ଯୁବପିଢିଙ୍କୁ ସାମିଲ କରିବା ନେଇ ମତବ୍ୟକ୍ତ କରିଥିଲେ I ଏହାସହ ଏହି ବୈଠକରେ ଅସାମାଜିକ କାର୍ଯ୍ୟକଳାପ ରୋକିବା ଦିଗରେ ଅଂଚଳରେ ନିୟମିତ ଭାବରେ ପୋଲିସ ପେଟ୍ରୋଲିଙ୍ଗ କରିବା, ଟ୍ରାଫିକ ସମସ୍ୟା,ବରିଷ୍ଠ ନାଗରିକଙ୍କ ବିଭିନ୍ନ ସମସ୍ୟା ଇତ୍ୟାଦି ଉପରେ ଗୁରୁତ୍ୱ ଦେଇ ଆଲୋଚନା କରାଯାଇଥିଲା I ସରଗଜ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ନର୍ମଦା ମିଶ୍ର ଯେହେତୁ ତରଭା ଥାନା ଏରିଆ ଅଧିକ ରହିଥିବାରୁ ଆହୁରି ପୋଲିସ କର୍ମଚାରୀ ଯୋଗାଇଦେବା ନେଇ ମତବ୍ୟକ୍ତ କରିଥିଲେ I ଆଜିର ଏହି ଆମ ପୋଲିସ ସମିତି ବୈଠକରେ ତରଭା ଥାନା ଏସଆଇ ଯଯାତି କେଶରୀ ସାହୁ, କମସରା ଫାଣ୍ଡି ଅଧିକାରୀ ଗଜାନନ ବେହେରା,ଓଡିଶା ପୋଲିସ ରକ୍ତଦାତା ସଂଯୋଜକ ର ମନୋଜ ପଣ୍ଡା,ଏଏସଆଇ ନିମାଇଁ ଚରଣ ବାରିକ, ବିଜୟ କୁମାର ସାହୁ, ଆମର ନାଏକ ଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଡ୍ରାଇଭର ମହାସଂଘ ତରଭା ଶାଖା ର ସଦସ୍ୟ,ଶିଶିର ପଣ୍ଡା, ଗୋପବନ୍ଧୁ ପଣ୍ଡା,ରାମ ସାହୁ, ମନମୋହନ ସାହୁ, ରମେଶ ସାହୁ,ପ୍ରଭୁଦତ୍ତ ପଣ୍ଡା, ମାଲୁ କୁଅଁର, ସୁକାନ୍ତ ମିଶ୍ର ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ I