Friday, November 15, 2024

ନକଲି ସୁନା ଦେଇ ବ୍ୟାଙ୍କକୁ ଲଗାଉଥିଲେ ଚୁନା

ନକଲି ସୁନା ଦେଇ ବ୍ୟାଙ୍କକୁ ଲଗାଉଥିଲେ ଚୁନା । ଶେଷର ବନ୍ଧା ହେଲେ ଅଭିଯୁକ୍ତ । ନକଲି ସୁନା ଗହଣା ବନ୍ଧକ ରଖି ୫୨ ଲକ୍ଷ ୮୩ ହଜାର ଶହେ ଟଙ୍କାର ଋଣ ନେଇଥିବା ୭ ଜଣକୁ ଗିରଫ କରିଛି ସୁବର୍ଣ୍ଣପୁର ପୋଲିସ । ସ୍ଥାନୀୟ ବରୋଦା ବ୍ୟାଙ୍କରେ ଏହି ଠକେଇ ହୋଇଥିବା ନେଇ ସୋନପୁର ପୋଲିସ ନିକଟରେ ଅଭିଯୋଗ କରିଥିଲେ ବ୍ୟାଙ୍କ କତ୍ତୃପକ୍ଷ । ବ୍ୟାଙ୍କର ସିନିୟର ମ୍ୟାନେଜର ଅଭିଯୋଗ କରିବା ପରେ ସୋନପୁର ପୋଲିସ ସ୍ବତନ୍ତ୍ର ଟିମ ଗଠନ କରି ଏହାର ତଦନ୍ତ କରିଥିଲା । ଏହି ନକଲି ସୁନା ବନ୍ଧକ ଘଟଣାରେ ସୋନପୁର ପୋଲିସ ୭ ଜଣକୁ ଗିରଫ କରିଛି । ୬ ଅଭିଯୁକ୍ତ ସୁବର୍ଣ୍ଣପୁର ଜିଲ୍ଲାର ହୋଇଥିବା ବେଳେ ଜଣେ ବରଗଡ ଜିଲ୍ଲାର ବୋଲି ଜଣାପଡିଛି । ଗିରଫ ସାତ ଜଣ ହେଲେ ଇଶ୍ବର ସରାଫ, ସୁରେନ୍ଦ୍ର ସରାଫ, ଅଞ୍ଜନ ସା, ହଜାରୁ ସାହୁ, ଡା କ୍ଟର ସେଠ, ରାମ କୁମାର ମେହେର, ରାମଚନ୍ଦ୍ର ବଣିଆ ଓ ବଣିଆ ଜୟନାରୟଣ ମହାରଣା । ଅଭିଯୁକ୍ତ ଇଶ୍ବର ସରାଫ ପୂର୍ବରୁ ୟୁକୋ ବ୍ୟାଙ୍କରେ ମଧ୍ୟ ନକଲି ସୁନା ଦେଇ ୧୯ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡିଛି । ଆଜି ସୋନପୁର ଥାନାରେ ହୋଇଥିବା ସମ୍ବାଦିକ ସମ୍ମଳନୀରେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି । ସସସ୍ତ ଅଭିଯୁକ୍ତକୁ ଗରିଫ କରି ଆଜି କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles