ସୋମବାର ତରଭା ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରରେ ଜିଲ୍ଲାପାଳ ଅବୋଲି ସୁନୀଲ ନର୍ଭଣେ ଙ୍କ ସମେତ ଉପଜିଲ୍ଲାପାଳ ଈପସିତା ପ୍ରିୟଦର୍ଶିନୀ ମିଶ୍ର ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା,ସିଡିଏମଓ ବିଶ୍ୱ ରଞ୍ଜନ ପତି,ତହସିଲଦାର ସୂର୍ଯ୍ୟମଣି ଭୋଇ, ବିଡ଼ିଓ ବିନୟ କୁମାର ପଟେଲ ଙ୍କ ସମେତ ଜିଲ୍ଲାର ସମସ୍ତ ବହୁ ଅଧିକାରୀ ଉପସ୍ଥିତ ରହିଥିଲେ I ଏହି ଶିବିରରେ ମୋଟ 55 ଗୋଟି ଅଭିଯୋଗ ହୋଇଥିବା ବେଳେ ସେଥିମଧ୍ୟରୁ 17 ଗଟି ର ସମାଧାନ ଶିବିରରେ କରାଯାଇଥିବା ସୂଚନା ରହିଛି I ଶ୍ରୀ ଭୋଲା କୁମାର ବର୍ମା ତରଭା ସହରରେ ବିଭିନ୍ନ ଉନ୍ନତି ମୂଳକ କାମ ନିମ୍ନ ମାନର ହେଉଥିବା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ I ତରଭା ଏନଏସି ଅଂଚଳରେ ପାନୀୟ ଜଳ ଯୋଗାଣ ପାଇଁ ନୂତନ ଭାବେ ପାଇପ ଲାଇନ ସଂଯୋଜ କରାଯାଇଥିଲା, ହେଲେ ଜୈନିକ ଠିକାଦାର ନିମ୍ନ ମାନର କାମ , ଦୁର୍ଗାମଣ୍ଡପ ଛକ ନିକଟରେ ଥିବା ଗଙ୍ଗାଧର ପାର୍କ ରେ ସୌନ୍ଦର୍ଯ୍ୟୀ କରଣରେ ନିମ୍ନ ମାନର କାମ କରିଥିବା, ବିଜୁ ପଟନାଏକ ପାର୍କ ରେ ଲକ୍ଷ ଲକ୍ଷ ଟଙ୍କାର ଘାସ ପୋଡିବା ଆଦି ବିଷୟକୁ ନେଇ ଗଭୀରତାର ସହ ଧ୍ୟାନ ଦେବା ନେଇ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ I