କମସରା ଫାଣ୍ଡି ପରିସରରେ ମେଗା ରକ୍ତଦାନ ଶିବିର , ଦୁଇଶହ ଅଠାବନ ୟୁନିଟ ରକ୍ତ ସଂଗ୍ରହ I ରବିବାର ତରଭା ଥାନା ଅନ୍ତର୍ଗତ କମସରା ଫାଣ୍ଡି ପରିସରରେ ଆମ ପୋଲିସ ସମିତି ଓ ମୋ ସରକାର ଆନୁକୁଲ୍ୟରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗଦେଇ ଫିଟାକାଟି ଏହାର ଶୁଭ ଉଦଘାଟନ କରିଥିଲେ । ଏହି ଶିବିରରେ ମୋଟ ଦୁଇଶହ ଅଠାବନ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ସେଥି ମଧ୍ୟରୁ 42 ଜଣ ମହିଳା ଓ 71 ଜଣ ନୂତନ ରକ୍ତ ଦାତା ରକ୍ତ ଦାତା ରକ୍ତଦାନ କରିଥିଲେ । ଏହି ଶିବିରରେ ଓଡିଶା ଡ୍ରାଇଭର ମହାସଂଘ ତରଭା ଶାଖା, ମାହେଶ୍ୱରି ସଂଗଠନ ,CHANGE YOUR MIND ଆସୋସିଏସନ୍, ଭୀମ ଆର୍ମି , ପ୍ରଗତି କ୍ଲବ୍ ସରଗଜ ,FC କ୍ଲବ୍ କମସରା ସମେତ ବହୁତ ସମାଜ ସେବୀ ସଂଗଠନ ଓ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ । ମହିଳାମାନଙ୍କ ମଧ୍ୟରେ ରକ୍ତଦାନ କୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା I ଜିଲ୍ଲା ପୋଲିସର SDPO ପୁଷ୍ପାଞ୍ଜଳି ନୀଙ୍ଗି ,DSP ସତ୍ୟଜିତ ମିଶ୍ର ଏହି ଶିବିରରେ ଯୋଗଦାନ କରି ଶିବିରକୁ ସୁଚାରୁରୂପେ ପରିଚାଳନା କରିଥିବାରୁ ତରଭା ଥାନା ଆଇଆଇସି ସୁବ୍ରତ କୁମାର ପାଣିଗ୍ରାହୀ ଏବଂ କମସରା ଫାଣ୍ଡି ଅଧିକାରୀ ଗଜାନନ ବେହେରାଙ୍କୁ ଧନ୍ୟବାଦ ଦେଇଥିଲେ I ଶ୍ରୀ ବେହେରା ତାଙ୍କ ପତ୍ନୀ ଏବଂ ଝିଅ ତିନିଜଣ ଉତ୍ସାହର ସହ ରକ୍ତଦାନ କରିଥିଲେ I ଏହି ଶିବିରରେ ସୁବର୍ଣ୍ଣପୁର ରକ୍ତ ଭଣ୍ଡାର ସତୁରି ୟୁନିଟ, ବୁର୍ଲା ଭିମସାର ଶହେଚାରି ୟୁନିଟ, ବରଗଡ ରକ୍ତଭଣ୍ଡାର ଚାଳିଶ ୟୁନିଟ ଓ ବଲାଙ୍ଗିର ରକ୍ତଭଣ୍ଡାର 45 ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ଆଜିର ଏହି ଶିବିରରେ ଅଂଚଳର ସ୍ଵେଛାସେବି ମାହେଶ୍ୱରୀ ସଂଗଠନର ମୁଖ୍ୟ ଅଙ୍କୁଶ ପାଣ୍ଡିଆ, ଶିଶିର ପଣ୍ଡା, ଗୋପବନ୍ଧୁ ପଣ୍ଡା, ଜୟପ୍ରକାଶ ନାରାୟଣ ସାହୁ, ସରପଞ୍ଚ ନର୍ମଦା ମିଶ୍ର,ମନମୋହନ ସାହୁ,କୁଶଳେଶ୍ୱର ପାଣ୍ଡେ,ଶତ୍ରୁଘନ ପୁଷ୍ଟି, ରିତେଶ ସାହୁ,ପ୍ରବୀଣ ଅଗ୍ରୱାଲ ପୋଲିସ ବିଭାଗୀୟ ଅଧିକାରୀ ଏସଆଇ ଯଯାତି କେଶରୀ ସାହୁ, ନିରୁପମା ସ୍ୱାଇଁ,ନିମେଇ ଚରଣ ବାରିକ, ଜିଲ୍ଲା ରକ୍ତ ସଂୟୋଜକ ତଥା ପୋଲିସ କର୍ମଚାରୀ ମନୋଜ ପଣ୍ଡା, ଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ପୂର୍ଣ୍ଣ ସହଯୋଗ କରିଥିଲେ I