ତରଭା ବ୍ଲକ ପରିସରରେ ମିଶନ ଶକ୍ତି ଋଣ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୩୪ ଗୋଟି ସ୍ଵୟଂ ସହାୟିକା ଗୋଷ୍ଠୀ କୁ ୭ କୋଟି ୨୭ ଲକ୍ଷ ଟଙ୍କାର ଋଣ ପ୍ରଦାନ କରଯାଇଥିଲା ଓ ସେଥିମଧ୍ୟରୁ ମା ମାହେଶ୍ଵରୀ ଏସଏଚଜି, ଝରତାରଭା କୁ ସର୍ବାଧିକ ଲୋନ ଭାବେ ଦଶ ଲକ୍ଷ ଟଙ୍କା ପ୍ରଦାନ କରଯାଇଥିଲା । ଉକ୍ତ ମେଳା ରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧକ୍ଷ ସରୋଜ କମ୍ପ ଯୋଗ ଦେଇଥିବା ବେଳେ, ଏବିଡ଼ିଓ ନିରଞ୍ଜନ ନାଏକ, ଏଲଡ଼ିଏମ କାମରାଜ ଦୋର। , ଡ଼ିପିସି ମିଶନ ଶକ୍ତି କାର୍ତିକ ନାୟକ, ଏସବିଆଇ ଶାଖା ପରିଚାଳକ ସଂଜୀବ କୁମାର ନନ୍ଦ, ୟୁବିଆଇ ଶାଖା ପରିଚାଳକ ମହେନ୍ଦ୍ର ମେହେର , ୟୁଜିବି ଚାରଭଟା ଶାଖା ପରିଚାଳକ ସୂର୍ଯବନ୍ତ ବେହେରା, ୟୁଜିବି କମସରା ଶାଖା ପରିଚାଳକ ନିସାନ କୁମାର ଦାସ ଓ ୟୁଜିବି ମେଣ୍ଡ। ଶାଖା ପରିଚାଳକ ଦୀପ୍ତି ରଞ୍ଜନ ସନ୍ନମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ । ଅତିଥିମାନେ ସରକାରଙ୍କ ଦ୍ୱାରା ମିଶନ ଶକ୍ତି ଗଠନ ଫଳରେ ମହିଳାମାନେ ସ୍ୱାବଲମ୍ବୀ ହୋଇ ପାରିଥିବା ନେଇ ମତବ୍ୟକ୍ତ କରିଥିଲେ I ଏହି କାର୍ଯ୍ୟକ୍ରମରେ ତରଭା ବ୍ଲକ ଅଂଚଳର ଶତାଧିକ ସ୍ଵୟଂ ସହାୟିକା ଗୋଷ୍ଠୀ ମହିଳା ଯୋଗଦାନ କରିଥିଲେ I ଏହି କାର୍ଯ୍ୟକ୍ରମରେ ବିପିଏମ ମନୋଜ ରଞ୍ଜନ ପାତ୍ର ,ବିପିସି ସଚିଦାନନ୍ଦ ବୁଡେକ , ବିଏଲସି ଉର୍ମିଲା ସୁନା, ବିପିଏ ସଞ୍ଜୁଲତା ଉଗ୍ରେସେଣ୍ଡି, ଡ଼ିଇଓ ସୁମିତ କୁମାର ମିଶ୍ର ,ବ୍ୟାଙ୍କ ମିତ୍ର ,ଏମବିକେ, ସିଆରପି ଓ ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଅଂଶଗ୍ରହଣ କରିଥିଲେ।