ପୁଣି ଦେଖିବାକୁ ମିଳିଛି ମିଲରଙ୍କ ମନମାନୀ I ପେକ୍ସରେ ମିଲରଙ୍କ ଏଜେଣ୍ଟ କରୁଛନ୍ତି ଧାନର ଗୁଣାତ୍ମକ ମାନ ନିର୍ଧାରଣ I ଗତ କିଛିଦିନ ତଳେ ତରଭା ବ୍ଲକ ସରଗଜ ଗ୍ରାମରେ ଥିବା ଧାନମଣ୍ଡି ରେ ଜଣେ ମିଲରଙ୍କ ଏଜେଣ୍ଟ ଧାନ ଟେଷ୍ଟିଙ୍ଗ କରୁଥିବା ବେଳେ ଆଜି ପୁଣି ତରଭା ରେ ଥିବା ଧାନମଣ୍ଡି ରେ ଆଉ ଜଣେ ମିଲରଙ୍କ ଏଜେଣ୍ଟ ଧାନ ଟେଷ୍ଟିଙ୍ଗ କରୁଥିବା ଦେଖିବାକୁ ମିଳିଛି I ଏଜେଣ୍ଟ ଜଣକ ଗୋଟିଏ କି ଦୁଇ ବସ୍ତା ନୁହେଁ ଗୋଟିଗୋଟି କରି ସବୁ ବସ୍ତାରେ ବମା ମାରି କରୁଛନ୍ତି ଧାନ ସଂଗ୍ରହ, ଖାଲି ସେତିକି ନୁହେଁ ସାଙ୍ଗରେ ଟେଷ୍ଟିଙ୍ଗ ପାଇଁ ଆଣିଛନ୍ତି ଯନ୍ତ୍ରପାତି I ଧାନ ଟେଷ୍ଟିଙ୍ଗ କରୁଥିବା ବ୍ୟକ୍ତିଙ୍କୁ ପଚାରିବାରୁ ସେ ଲଲିତା ରାଇସି ମିଲ ର ଏଜେଣ୍ଟ ବୋଲି ପ୍ରକାଶ କରିଥିଲେ I ଏଠାରେ ମଧ୍ୟ ଆରଏମସି କର୍ମଚାରୀ ଉପସ୍ଥିତ ନଥିବା ଦେଖିବାକୁ ମିଳିଛି I ସ୍ଥାନୀୟ ତହସିଲଦାର ସୁଶ୍ରୀ ସୂର୍ଯ୍ୟମଣି ଭୋଇ ଙ୍କୁ ଏନେଇ ପ୍ରଶ୍ନ କରିବାରୁ ସେ ଧାନମଣ୍ଡି ପରିଦର୍ଶନ କଲାପରେ କିଛି କହିହେବ ବୋଲି ପ୍ରକାଶ କରିଥିଲେ I ଆରଏମସି କର୍ମଚାରୀ ଙ୍କ କହିବା ଅନୁସାରେ ମିଲର ଧାନ ଟେଷ୍ଟିଙ୍ଗ କରିବା କ୍ଷମତା ନାହିଁ I ତେବେ କେଉଁ ସାହସରେ କାହାକୁ ହାତ କରି ମିଲର ମନାମାନୀ ଚଳାଇଛନ୍ତି, ମନଇଛା କଟନି ଛଟନି କରି ଧାନ କିଣୁଛନ୍ତି ? ଏହିସବୁ ପାଇଁ ତଳୁ ଉପର ପର୍ଯ୍ୟନ୍ତ ପିସି କାରବାର ଚାଲିଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି I ପ୍ରକାଶ ଥାଉକି ଗତ ବର୍ଷ ମାରାଡ଼ୁଗୋଚ୍ଛା ଧାନମଣ୍ଡି ପରିଦର୍ଶନ ବେଳେ ମାନ୍ୟବର ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଧାନକିଣାରେ ମନମୁଖୀ ଚାଳିବ ନାହିଁ ବୋଲି ଜଣେ ମିଲରକୁ ଚାଦିଗ କରିଥିଲେ I ଖାଲି ସେତିକି ନୁହେଁ ତାଙ୍କ କଥା ନ ମାନିଲେ ଜେଲ ଯିବାକୁ ପଡିବ ବୋଲି ମଧ କହିଥିଲେ I ହେଲେ ମନ୍ତ୍ରୀଙ୍କ କଥା କଥାରେ ହିଁ ରହିଗଲା I ଯଥା ପୂର୍ଵମ ତଥା ପରମ I ଧାନ କିଣାରେ ଏଥର ମଧ୍ୟ ମିଲର ମନମୁଖୀ କାର୍ଯ୍ୟ ଚଳାଉଛନ୍ତି I ଏହାର ଜ୍ୱଳନ୍ତ ଉଦାହରଣ ଆପଣଙ୍କ ସାମନାରେ ଅଛି I ମିଲର ବେଧଡକ ଧାନ ଟେଷ୍ଟିଙ୍ଗ କରିବା ସହ କଟନି ଛଟନି କରି ଧାନ କିଣୁ ଥିବା ନଜର ରହିଛି I ଯାହାକୁ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି I ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ଶୀଘ୍ର ନୋଡାଲ ଅଫିସରଙ୍କୁ ପଠାଇ ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି I