Tuesday, December 24, 2024

ତରଭା ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ର ଶୁଭ ଉଦଘାଟନ

ଆଜି ତରଭା ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ର ଶୁଭ ଉଦଘାଟନ ହୋଇଯାଇଛି I ଏନେଇ ହୋଇଥିବା ଏକ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ତରଭା ଥାନା ଆଇଆଇସି ସୁବ୍ରତ କୁମାର ପାଣିଗ୍ରାହୀ ଯୋଗଦାନ କରିଥିଲେ I ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସତ୍ୟନାରାୟଣ ମହାପାତ୍ର, ପଙ୍କଜ ଅଗ୍ରୱାଲ ଯୋଗଦାନ କରିଥିଲେ I ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ମଁI ବାଗଦେବୀଙ୍କ ତୈଳଚିତ୍ରରେ ପୂଜାର୍ଚନା କରାଯାଇଥିଲା I ବିଦ୍ୟାଳୟର ଖେଳ ଶିକ୍ଷୟତ୍ରୀ ଟିନି ମେହେର ଅତିଥି ପରିଚୟ ପ୍ରଦାନ କରିବା ସହ ଶପଥ ପାଠ କରାଇଥିଲେ I ଛାତ୍ରୀମାନେ ଅତିଥିମାନଙ୍କ ଗହଣରେ ସ୍ୱାଗତ ସଂଗୀତ ଗାନ କରିଥିଲେ I ଅତିଥିମାନେ ପାଠ୍ୟକ୍ରମ ସହିତ ଖେଳ ଉପରେ ବିଶେଷ ଧ୍ୟାନଦେବା ନେଇ ଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ I ସଭା ଶେଷରେ ଖେଳ ଶିକ୍ଷକ କଲ୍ୟାଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I ଆଇଆଇସି ଶ୍ରୀ ପାଣିଗ୍ରାହୀ ପତାକା ଉତ୍ତୋଳନ କରି ଖେଳର ଶୁଭାରମ୍ଭ କରିଥିଲେ I ଛାତ୍ରୀମାନଙ୍କ ପାଇଁ ଜୁନିଅର ଶିନିଅର ଦୁଇଗୋଟି ଭାଗ ରେ ବିଭକ୍ତ କରାଯାଇ ଶହେ, ଦୁଇଶହ, ଛଅ ସହ ଏବଂ ଆଠଶହ ମିଟର ଦୌଡ ପ୍ରତିଯୋଗିତା, ଶଟଫୁଟ,ଡିସ୍କସ,ଲଙ୍ଗ ଜମ୍ପ ହାଇ ଜମ୍ପ ଇତ୍ୟାଦି ଖେଳର ଆୟୋଜନ କରାଯାଇଥିଲା I ପ୍ରାୟ ତିନିଶହରୁ ଉର୍ଦ୍ଧ ଛାତ୍ରୀମାନେ ଉତ୍ସାହର ସହ ସମସ୍ତ କ୍ରୀଡ଼ାରେ ଭାଗ ନେଇଥିଲେ I ସମସ୍ତ ପ୍ରତିଯୋଗିତାରେ ସ୍କୁଲର ଖେଳ ଶିକ୍ଷୟତ୍ରୀ ଟିନି ମେହେର, ଶିକ୍ଷକ କଲ୍ୟାଣ ଚନ୍ଦ୍ର ମହାପାତ୍ର, ତରଭା ବଏଜ ହାଇସ୍କୁଲ ଖେଳ ଶିକ୍ଷୟତ୍ରୀ ମମନ ବେହେରା,ଦେଓଲ ପଦର ସ୍କୁଲ ଶିକ୍ଷକ ଅଭିଳାଷ ରଣା ପରିଚାଳନା କରିଥିବା ବେଳେ ନବଘନ ସାହୁ, ପ୍ରଶାନ୍ତ କୁମାର ସାହୁ, ନାମିତ ପାଣିଗ୍ରହୀ, କବିତା ବେଢ଼େଇ, ଖୁଲଣା ପଧାନ, ପ୍ରଜ୍ଞା ପରିମିତା ବାରିକ, ବର୍ଷା ବଢ଼େଇ, କୁଶଳେଶ୍ୱର ତ୍ରିପାଠୀ, ସଂଗ୍ରାମ ପ୍ରଧାନ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ I ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତା ରେ ଜୁନିଅର ବିଭାଗରେ ଜାହ୍ନବୀ ବାଗ ଏବଂ ସିନିଅର ବିଭାଗରେ କ୍ରିଷ୍ଣା ସେଠ୍ ଚମ୍ପିୟାନ ହୋଇଥିବା ବିଦ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles