ମଙ୍ଗଳବାର ତରଭା ଥାନା ପରିସରରେ ଆଇଆଇସି ସୁବ୍ରତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଚଳିତ ବୈଠକରେ ତରଭା ସହର ର ବିଭିନ୍ନ ସମସ୍ୟା ଯେପରିକି ଗ୍ରୀଷ୍ମ ଆଗମନ ପୂର୍ବରୁ ବିଦ୍ୟୁତ ଜନିତ ସମସ୍ୟା ଦେଖା ଦେଇଥିବା, ସହରରେ କଂକ୍ରିଟ ରାସ୍ତା ଉପରେ ଅକାରଣେ ପେଭର ବ୍ଲକ ବିଛାଇବା, ରଥପଡ଼ା ଛକରେ ରାସ୍ତାକୁ ବହୁ ଉଚ୍ଚ ତିଆରି କରିଥିବା, ଅମୃତ ଧାରା ଗୁଡିକର ରକ୍ଷଣାବେକ୍ଷଣ କରିବା, ମନମୁଖୀ ଏଣେ ତେଣେ ଶୌଚାଳୟ ନିର୍ମାଣ ଫଳରେ ହେଉଥିବା ଅସୁବିଧା, ବ୍ରାହ୍ମଣୀ ରାସ୍ତାରେ ହାଇୱI ଗୁଡିକ କ୍ରସର କୁ ଯିବା ଆସିବା କରୁଥିବା ବେଳେ ପ୍ରଚୁର ମାତ୍ରାରେ ପ୍ରଦୁଷଣ ସୃଷ୍ଟି ହେଉଥିବା ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା I ଏହି ସବୁର ସ୍ଥାୟୀ ସମାଧାନ ପାଇଁ ଆଗାମୀ ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଆମ ପୋଲିସ ସମିତି ବୈଠକ କୁ ଡକାଯିବ ନେଇ ସର୍ବ ସମ୍ମତିରେ ପ୍ରସ୍ତାବ ଦିଆଯାଇଥିଲା I ଏହି ବୈଠକ ରେ ଆଇଆଇସି ଶ୍ରୀ ପାଣିଗ୍ରାହୀ ଙ୍କ ସମେତ ଏସଆଇ ଆରତୀ କହଁର,ଏସଆଇ, ଯଯାତି କେଶରୀ ସାହୁ, ଏଏସଆଇ ନିରୁପମା ସ୍ୱାଇଁ, ଅନିଲ ବେହେରା, ନିମେଇ ଚରଣ ବାରିକ ତଥା ପୂର୍ବତନ ଶିକ୍ଷକ ଜୟପ୍ରକାଶ ନାରାୟଣ ସାହୁ, ଅରୁଣ କୁମାର ସାହୁ, ହିରଣ୍ମୟ ପଟନାଏକ, ଓମପ୍ରକାଶ ସାହୁ, ପିଏସ ମେମ୍ବର ରାମ ସାହୁ,ସାମ୍ବାଦିକ ଅଶୋକ କୁମାର ସାହୁ, ମାନଭଞ୍ଜନ ମିଶ୍ର, କପିଳାଶ ସେଠ୍ ପ୍ରମୁଖ ଉପସ୍ଥିତ ରହିଥିଲେ I