ସୁବର୍ଣ୍ଣପୁର ଜିଲ୍ଲା ତରଭା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ର ସିନିୟର ଲେବ ଟେକନିସିଆନ ୯୦୦୦ଟଙ୍କା ଲାଚଂ ନେବା ବେଳେ ସୋନପୁର ଓ ବଲାଙ୍ଗିର ଭିଜିଲାନ୍ସ ଟିମ ଦ୍ୱାରା ଧରାପଡିଛନ୍ତି । ଲେବ ଟେକନିସିଆନ ହେଲେ ଅକ୍ଷୟ କୁମାର ପଟ୍ଟନାୟକ । ଅକ୍ଷୟ ସୂର୍ଯ୍ୟମୁଣ୍ଡା ଗାଁର ମୁକୁନ୍ଦ ସାହୁଙ୍କ ଠାରୁ ରକ୍ତ ପରିକ୍ଷା ସହ ଅନ୍ୟାନ୍ୟ ପରିକ୍ଷା ପାଇଁ ଲାଚଂ ମାଗିଥିଲେ I ମୁକୁନ୍ଦ ସାହୁ ଏ ନେଇ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ I ତେବେ କିଛି ସମୟ ଆଗରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ର ହାତରେ ଆଜି ଧରାପଡିଛନ୍ତି ଲେବ ଟେକନିସିଆନ ଅକ୍ଷୟ କୁମାର ପଟ୍ଟନାୟକ । ଆଜି ସକାଳୁ ଅକ୍ଷୟ ନିଜ କାର୍ଯ୍ୟାଳୟରେ ଲାଚଂ ନେଉଥିବା ବେଳେ ଭିଜିଲାନ୍ସ ରେଡ ହେଣ୍ଟେଡ ଗିରଫ କରିଛି । ଏ ନେଇ ସୁବର୍ଣ୍ଣପୁର ଇନଚାର୍ଜ ଭିଜିଲାନ୍ସ ତୁଷାର ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି I ଧରାପଡ଼ିବା ପରେ ତାଙ୍କୁ ସୋନପୁର ଭିଜିଲାନ୍ସ ଅଫିସ କୁ ନିଆଯାଇଥିବା ଜଣାଯାଇଛି I ଅକ୍ଷୟ ବିଭିନ୍ନ ସମୟରେ ସାଧାରଣ ରୋଗିଙ୍କ ଠାରୁ ରକ୍ତ ପରିକ୍ଷା ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ଥିବା ବେଳେ ଆଜି ସେ ଧରାପାଡିଛିନ୍ତି । ଖବର ସଂଗ୍ରହ ପର୍ଯ୍ୟନ୍ତ ଡାକ୍ତରଖାନା ପରିସରରେ ତାଙ୍କ ରହୁଥିବା ଘରେ ଭିଜିଲାନ୍ସ ର ଟିମ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଥିବା ସୂଚନା ରହିଛି I