Friday, November 15, 2024

ବିଭାଜନ ସ୍ତରୀୟ ପାଣି ପଂଚାୟତ ସମାବେଶ

ଜଳସେଚନ ବିଭାଗ ଆନୁକୂଲ୍ୟରେ ପାଣି ପଂଚାୟତ ପକ୍ଷ ତରଭା ଚୁଡାଖାଇ ଡ଼ଙ୍ଗର ପାଦ ଦେଶ ରେ ଶୁକ୍ରବାର ପୂର୍ବାହ୍ନ ରେ ପାଳିତ ହୋଇଯାଇଛି l ସୁବର୍ଣ୍ଣପୁର ବିଭାଜନ ସ୍ତରୀୟ ପାଣି ପଂଚାୟତ ସମାବେଶ କ୍ଷୁଦ୍ର ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରମୋଦ କୁମାର ପଳାଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ବି ଡି ଓ ବିନୟ କୁମାର ପଟେଲ, ସମ୍ମାନିତ ଅତିଥି ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ଦାସ, ମେଗା ଲିଫ୍ଟ ସହକାରୀ ଯନ୍ତ୍ରୀ କମଳାକାନ୍ତ ସେନାପତି, ସହକାରୀ ଯନ୍ତ୍ରୀ ବିଜୟ ସେଠୀ, ଦିଲୀପ ପରିଡା, କବିନ ବେହେରା, ପୂର୍ବତନ ବିଧାୟକ ଅଚ୍ୟୁତାନନ୍ଦ ବିଶ୍ୱାଳ ପ୍ରମୁଖ ଯୋଗଦେଇ ପାଣି ପଂଚାୟତ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଚାଷୀ ମାନଙ୍କୁ ସୁବିଧା ରେ ଚାଷ ଜମିକୁ ସୁବିଧା ରେ ପାଣି ଯୋଗାଇ ବା ଏବଂ କେନାଲ ର କିପରି ରକ୍ଷଣା ବେକ୍ଷଣ କରାଯାଇପାରିବ ସେ ସମ୍ପର୍କ ରେ ଆଲୋଚନା କରାଯାଇଥିଲା l ଚାଷୀ ଓ ବିଭାଗୀୟ କର୍ମଚାରୀ ମାନଙ୍କ ମିଳିତ ସହଯୋଗ ରେ ଉଭୟ ଙ୍କ ସମନ୍ୱୟ ରାକ୍ଷକରି କେନାଲ ର ପାଣି ସୁଚାରୁ ରୂପେ ଆବଣ୍ଟନ କରିବାକୁ ଏବଂ ପାଣି ପଂଚାୟତ ଓ ଚାଷୀମାନେ ନିଜ ନିଜ ମଧ୍ୟରେ ଯେମିତି ସମସ୍ତେ ମିଳିମିଶି ଜମିକୁ ପାଣି ପାଇପାରିବେ ସେଥି ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେବାସହ ତଳମୁଣ୍ଡର ଚାଷୀଙ୍କୁ ପାଣି ମିଳିବ ତାର ବ୍ୟବସ୍ଥା କରିବାକୁ ଅତିଥି ମାନେ ପ୍ରକାଶ କରିଥିଲେ l ପୂର୍ବରୁ ଏନିମନ୍ତେ ଛାତ୍ରୀ ଛାତ୍ର ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଯଶୋବନ୍ତ ମାହାଣl, ପବିତ୍ର କୁମାର ମିଶ୍ର, ସନ୍ତୋଷ ଦାସ, କୈଳାସ ଭୁଏ, ଉମେଶ ନାଏକ ଙ୍କ ସମେତ ବିଭାଗୀୟ କର୍ମଚାରୀ ଓ ପାଣି ପଂଚାୟତ ର ସଦସ୍ୟ ମାନେ ସହଯୋଗ କରିଥିଲେ l

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles