Tuesday, December 24, 2024

ଗୋପବନ୍ଧୁ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ

ତରଭା ହାଇସ୍କୁଲ ଖେଳ ପଡିଆ ଠାରେ ଚାଲିଥିବା ରାଜ୍ୟ ସ୍ତରୀୟ ଚତୁର୍ଥ ଗୋପବନ୍ଧୁ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଗୁରୁବାର ଉଦଯାପିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟରେ ହୋଇଥିବା ଫାଇନାଲ ଖେଳରେ ସୋନପୁର ଦଳ ଚମ୍ପିୟାନ ହୋଇଛି। ଫାଇନାଲ ମ୍ୟାଚ ସୋନପୁର ଓ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଏଥିରେ ସୋନପୁର ଦଳ ଚାରି – ସୁନୁ ଗୋଲରେ କଟକ ଦଳ କୁ ପରାସ୍ତ କରିଥିଲା। ଫାଇନାଲ  ମ୍ୟାଚ ପରେ ଜନାର୍ଦନ ଥାନାପତିଙ୍କ ସଭାପତିତ୍ବରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ ଯୋଗ ଦେଇଥିବା ବେଳେ ସମ୍ମାନିତ ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ଏନଏସି ଅଧ୍ୟାକ୍ଷା ବନ୍ଦିତା ନାଏକ, ଏନଏସି ଉପାଧ୍ୟକ୍ଷ ଗଗନ ଅଗ୍ରୱାଲ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତ ଦଳର ସମସ୍ତ ଦଳର ପ୍ରଯୋଜକ ସଂଶିତ ସାହୁ, ଆକାଶ ସାହୁ, ସଞ୍ଜୟ ଅଗ୍ରୱାଲ, ପ୍ରଭୁଦତ୍ତ ମିଶ୍ର, ରଘୁନାଥ ସାହୁ, ଦୁର୍ଗା ପ୍ରସାଦ ଷଢଙ୍ଗୀ, ପଙ୍କଜ ଅଗ୍ରୱାଲ, ପ୍ରଦୀପ ମାହାଣା, ସୁବାସ ସେଠୀ ପ୍ରମୁଖ ମଂଚାସୀନ ଥିଲେ l ବିଜେତା ସୋନପୁର ଦଳକୁ ଟ୍ରଫି ସହ ପନ୍ଦର ହଜାର ଟଙ୍କା ଓ ଉପ ବିଜେତା କଟକ ଦଳ କୁ ଟ୍ରଫି ସହ ଦଶ ହଜାର ଟଙ୍କା ଅତିଥିମାନଙ୍କ ସହ ସ୍ବର୍ଗତ ମଧୁସୂଦନ ପାଣ୍ଡେ ଙ୍କ ଝିଅ ରାଣୀଶ୍ରୀ ପାଣ୍ଡେ ପ୍ରଦାନ କରି ପୁରସ୍କୃତ କରିଥିଲେ l ମେନ ଅଫ ଦି ମ୍ୟାଚ ଓ ବେଷ୍ଟ ପ୍ଲାୟାର ଭାବେ ସୋନପୁର ଦଳର ନଅ ନମ୍ବର ଜର୍ସି ପିନ୍ଧିଥିବା ଖେଳାଳି ବିଟୁ, ବେଷ୍ଟ ଗୋଲ କିପର ଭାବେ ସୋନପୁର ଦଳ ର ଶିବ ଲାଲ, ବେଷ୍ଟ ରାକ୍ଷନ୍ମତକ ଖେଳାଳି ସୋନପୁର ଦଳର ସିରାଜ ଖାନ ଓ ବେଷ୍ଟ ଖେଳାଳି ଭାବେ କଟକ ଦଳ ର ମଧୁ ଯାନୀ ଙ୍କୁ ଅତିଥି ମାନେ ଟ୍ରଫି ସହ ନଗଦ ଅର୍ଥ ରାଶି ଦେଇ ପୁରସ୍କୃତ କରିଥିଲେ l ପିଇଟି ସଂଜୀବ ସାହୁ, ସକିଲ ମହମ୍ମଦ, ସୁଜିତ ରାଜ ହଂସ, ଅଶୋକ ବଗର୍ତି ଓ ସାଥି ଖେଳ ପରିଚାଳନା କରିଥିଲେ l ହିରଣ୍ମୟ ପଟ୍ଟନାୟକଓ ସୁଧୀର କୁମାର ପଣ୍ଡା ସମସ୍ତ ମ୍ୟାଚରେ ଆଙ୍କରିଂ କରିଥିବା ବେଳେ ମଧୁସୂଦନ ପାଣ୍ଡେ, ରଶ୍ମିରଞ୍ଜନ ଦାସ, ସୁରେନ୍ଦ୍ର ଦଳବେହେରା ବିଘ୍ନ ରାଜ ନାଏକ, ସଂସିତ ସାହୁ,ଶେଖର ସାହୁ,ସଂଖୁ ମହଲା, ସୁଜିତ କୁମାର ସାହୁ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles