Tuesday, December 24, 2024

ଓଡ଼ିଶାର ଲୋକ କଳା ମଧ୍ୟରେ ଏକ ଶ୍ରେଷ୍ଠ କଳା ଭାବରେ ପରିଚିତ ଦଣ୍ଡ ଯାତ୍ରା

କାହିଁ କେଉଁ କାଳରୁ ଚାଲିଆସିଛି ଦଣ୍ଡ ଯାତ୍ରା I ଓଡ଼ିଶାର ଲୋକ କଳା ମଧ୍ୟରେ ଏକ ଶ୍ରେଷ୍ଠ କଳା ଭାବରେ ପରିଚିତ ଦଣ୍ଡ ଯାତ୍ରା I ଚୈତ୍ର ମାସ ଆରମ୍ଭରୁ ସଂକ୍ରାନ୍ତି ଯାଏଁ ଚାଲିଥାଏ ଏହି ଦଣ୍ଡଯାତ୍ରା I ଇତି ମଧ୍ୟରେ ସନ୍ୟାସୀ ଭଳି ଜୀବନ ଜାପାନ କରିଥାନ୍ତି ମାନସିକ ଧାରୀ I ଖାଲି ପାଦରେ ଚାଲି ଚାଲି ପ୍ରଚଣ୍ଡ ଖରାକୁ ଖାତିର ନ କରି ବ୍ରତଧାରୀ ମାନେ ଗାଁ କୁ ଗାଁ ଯାଇ ପରିବେଷଣ କରିଥାନ୍ତି ଦଣ୍ଡଯାତ୍ରା I ଦଣ୍ଡଯାତ୍ରାରେ ମା କାଳି ଏବଂ ଶିବଙ୍କ ଆରାଧନା କରାଯାଇଥାଏ I ଜଗତ ଜନନୀ କୃପାମୟୀ ମା କାଳି ଏବଂ ଶିବଙ୍କ ଦର୍ଶନ ଏବଂ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ I ଯେଉଁ ଭକ୍ତ ମାନସିକ କରିଥାନ୍ତି ସେମାନଙ୍କ ଘର ଆଗରେ କିମ୍ବା ଯେଉଁ ଗ୍ରାମବାସୀଙ୍କ ଇଛା ଅନୁସାରେ ଗ୍ରାମମାନଙ୍କରେ ଅଟକି ଦଣ୍ଡଯାତ୍ରା କରାଯାଇଥାଏ I ମାନସିକଧାରୀ ଭକ୍ତ ଙ୍କ ଘର ଆଗରେ କୁମ୍ଭ ଢାଳ ରଖି ମାଙ୍କର ଆବାହନ କରାଯାଏ I ପୂଜାର୍ଚନା କଲାପରେ ଆରମ୍ଭ ହୋଇଥାଏ ଧୂଳି ଦଣ୍ଡ ପାଣି ଦଣ୍ଡ ଏଵଂ ଅଗ୍ନି ଦଣ୍ଡ I ଯାହାକୁ ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁ ରୁଣ୍ଡ ହୋଇଥାନ୍ତି I ମାଆଙ୍କର ଆଳତି ଦର୍ଶନ କରି କୃପାଲାଭ କରିଥାନ୍ତି I ବିସ୍ଵାଶ ରହିଛି ଜେ ମାଙ୍କର ଦର୍ଶନ କଲେ ମନୋବାଞ୍ଛା ପୁର୍ଣ ହୋଇଥାଏ I ମାନସିକ ଧାରୀଙ୍କ ଘର ଆଗରେ ରାତ୍ରି ସମୟରେ ଦଣ୍ଡ ପରିବେଷଣ କରି ମାଙ୍କର ମହିମା ଗାନ କରିବା ସହ କାହାଣୀ ମାଧ୍ୟମରେ ପରିବେଷଣ କରିଥାନ୍ତି ଲୋକ କଥା I ମାଙ୍କ ଉପାସନା କଲେ ପୁତ୍ର ସନ୍ତାନ ପ୍ରାପ୍ତି ଏବଂ କୋଟି ଜନ୍ମର ପୁର୍ଣ୍ୟ ମିଳିଥାଏ ବୋଲି ଲୋକଙ୍କର ଆଶା ଏବଂ ବିସ୍ଵାଶ ରହିଛି I ମହାକାଳୀ ଙ୍କର ଯାତ୍ରା ରୀତିମତ ଏହିଭଳି ଚାଲିଥିବା ସହ ଆଗାମୀ ମେରୁ ସଂକ୍ରାନ୍ତିରେ ସମାପନ ହୋଇଥାଏ I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles