Friday, November 15, 2024

ଜନ ଶୁଣାଣୀରେ ଉଠିଲା ଡାକ୍ତରଖାନା ସମସ୍ୟା

ଆଜି ତରଭା ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି I ଏଥିରେ ଭାରପ୍ରାପ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଉପଜିଲ୍ଲାପାଳ ଇପ୍ସିତା ପରିଦର୍ଶନୀ ମିଶ୍ର, ତରଭା ବିଡ଼ିଓ ବିନୟ କୁମାର ପଟେଲ, ତହସିଲଦାର କୀର୍ତ୍ତି ଚନ୍ଦ୍ର ପଧାନଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ I ଏହି ଶିବିରରେ ମୋଟ ଷୋହଳ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥି ମଧ୍ୟରୁ 12 ଗୋଟି ବ୍ୟକ୍ତିଗତ ଅଭିଯୋଗ, ଚାରି ଗୋଟି ସାମୁହିକ ଅଭିଯୋଗ ଦାଖଲ ହୋଇଥିଲା I ତିନିଗୋଟି ଅଭିଯୋଗ ଶିବିରରେ ସମାଧାନ କରାଯାଇଥିବା ବେଳେ ଅନ୍ୟ ଅଭିଯୋଗ ସମ୍ପୃକ୍ତ ବିଭାଗ ଗୁଡିକୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି I ମୁଖ୍ୟତଃ ସରଗଜ ନାଏକ ପଡା ଅନଙ୍ଗବାଡି କେନ୍ଦ୍ର 2016-17 ବର୍ଷରେ ନିର୍ମାଣ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ହସ୍ତାନ୍ତରିତ ହୋଇନାହିଁ I ପ୍ରକାଶ ଥାଉକି ଯେ ଉକ୍ତ ଅନଙ୍ଗବାଡି କେନ୍ଦ୍ର କେନାଲ ଓ ଜଳାଶୟ ମଧ୍ୟରେ ନିର୍ମାଣ ହୋଇଛି I ନିର୍ମିତ ଏହି କେନ୍ଦ୍ରର କେଉଁ ପ୍ଲଟ କେଉଁ କିଷମ ଏବଂ ଖାତା ନମ୍ବର କେତେରେ ନିର୍ମାଣ ହୋଇଛି ସେ ନେଇ ସରଗଜ ଗ୍ରାମର କଲ୍ୟାଣ ନାଏକ ଶିବିରରେ ଲିଖିତ ଅଭିଯୋଗ କରିଥିଲେ I ତରଭା ଡାକ୍ତରଖାନରେ ବିପର୍ଯ୍ୟସ୍ତ ରୋଗୀସେବା କୁ ନେଇ ଭୋଲା ବର୍ମା ଅଭିଯୋଗ କରିଥିଲେ I ପ୍ରାପ୍ତ ସୂଚନା ମୁତାବକ ତରଭା ଡାକ୍ତରଖାନାରେ 12 ଜଣ ଡାକ୍ତର ଆବଶ୍ୟକ ରହିଥିବା ବେଳେ ମାତ୍ର ଜଣେ ସ୍ଥାୟୀ ଡାକ୍ତର ଅଛନ୍ତି I ଅନ୍ୟ ଚାରିଜଣ ଡାକ୍ତର ଡେପୁଟେସନ ରେ ରହିଛନ୍ତି I ମେଡ଼ିସିନ, ସର୍ଜରୀ, ଶିଶୁରୋଗ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଏବଂ ଡେଣ୍ଟାଲ ଡାକ୍ତର ଭଳି ଗୁରୁତ୍ୱପୂର୍ଣ ପଦବୀ ଖାଲି ରହିଛି I ରୋଗୀମାନେ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡା ରହୁଛନ୍ତି I ସେମାନଙ୍କ ପାଇଁ ବସିବାର ସୁବିଧା ଆଦି ପାଇଁ ଶ୍ରୀ ବର୍ମା ଜନଶୁଣାଣୀ ଶିବିରରେ ଲିଖିତ ଅଭିଯୋଗ କରିଥିଲେ I ସେହିପରି ତରଭା ବ୍ଲକ୍ ରେ ମନରେଗା ଯୋଜନାରେ ମେସିନ ବ୍ୟବହାରହେଉଥିବା ନେଇ କାର୍ତିକ ନାଗ , ବେଆଇନ ମାଟି ଇଟା ଭାଟି ଗଢ଼ିଥିବା ନେଇ ସୁକାନ୍ତ ମିଶ୍ରଙ୍କ ଦ୍ୱାରା ଶିବିରରେ ଅଭିଯୋଗ ହୋଇଥିଲା I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles