ତରଭା ନୂଆପଡା ଠାରେ ଥିବା ଶ୍ରୀଶ୍ରୀ ଶନିଶ୍ଚର ମହାଗ୍ରହଙ୍କ ମନ୍ଦିରର ବାର୍ଷିକୋତ୍ସବ ଧୁମଧାମରେ ପାଳନ କରାଯାଇଛି। ଏ ଉପଲକ୍ଷେ ଶୁକ୍ରବାର ସନ୍ଧ୍ୟାରେ ଅଧିବାସ ଓ କଳସ ଶୋଭାଯାତ୍ରା ହୋଇଥିଲା I ଏଥିରେ ସହ ସହ ସ୍ଥାନୀୟ ମହିଳା ପୁରୁଷ ଯୋଗଦାନ କରିଥିଲେ I ଏହି କଳସ ଯାତ୍ରା ବଡ଼ବନ୍ଧ ପୋଖରୀରୁ କଳସ ବୁଡାଇ ପୂଜାର୍ଚନା କରାଯାଇ ସହର ପରିକ୍ରମା କରି ପୁନଃ ଶନିଶ୍ଚର ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲା I ଶନିବାର ହୋଇଥିବା ଅଷ୍ଟପ୍ରହରି ନାମଯଜ୍ଞ ରେ ଅଂଚଳର 10 ରୁ ଉର୍ଧ ପୁରୁଷ ଓ ମହିଳା କୀର୍ତ୍ତନ୍ୟ ଦଳ ଯୋଗ ଦେଇଥିଲେ I ନାମଯଜ୍ଞ ଓ ସଂକୀର୍ତ୍ତନ ତଥା ଶ୍ରୀ ଶନିଶ୍ଚର ମହାଗ୍ରହଙ୍କ ଦର୍ଶନ ପାଇଁ ଅଂଚଳର ତଥା ଆଖପାଖର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା I ରବିବାର ପୂର୍ଣ୍ଣାହୁତି ପ୍ରଦାନ ପରେ ନଗର ଶୋଭାଯାତ୍ରାର ବାହାରିଥିଲା । ହରିନାମ ରସପାନ ମୃଦଙ୍ଗ ହୁଲୁହୁଳିରେ କମ୍ପି ଉଠୁଥିଲା ତରଭା ସହର I ତିନିଦିନ ଧରି ଚାଲିଥିବା ଏହି ଧାର୍ମିକ କାର୍ଯ୍ୟରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା I ହଜାର ସଂଖ୍ୟାରେ ଭକ୍ତମାନେ ବସି ପ୍ରସାଦ ସେବନ କରିବା ପାଇଁ କମିଟି ତରଫରୁ ବ୍ୟବସ୍ଥା କରାଯାଇଥିଲା I ନାମଯଜ୍ଞରେ ଲଷ୍ମଣ ସାହୁ ତାଙ୍କର ଧର୍ମପତ୍ନୀ ପଦ୍ମିନୀ ସାହୁ କର୍ତ୍ତା ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ପ୍ରବୀଣ ଅଗ୍ରୱାଲ ତାଙ୍କର ପତ୍ନୀ ପାୟଲ ଅଗ୍ରୱାଲ ମନ୍ଦିର ପୂଜାରେ କର୍ତ୍ତାର ଦାୟିତ୍ୱ ତୁଲାଇଥିଲେ I ସୁବାଷ ମିଶ୍ର,ସନ୍ତୋଷ ମିଶ୍ର କିଶୋରଚନ୍ଦ୍ର ବେଜ, ,ସୁରେନ୍ଦ୍ର ବେଜ ପୂଜାର୍ଚ୍ଚନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମରେ ଶତାଧିକ ଭକ୍ତ ସାମିଲ ହୋଇଥିଲେ। ସମସ୍ତ କାର୍ଯ୍ୟକ୍ରମରେ ନୂଆପଡା ଶନିଶ୍ଚର ମନ୍ଦିର କମିଟିର ତଥା ପଡା ବାସିନ୍ଦା ସଦସ୍ୟ ସହଯୋଗ କରିଥିଲେ।