ଚାରି ଦଫା ଦାବି ପୁରଣ ପ୍ରତିଶୁତି ପାଇଲା ପରେ ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ I ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟରତ ସଫେଇ କର୍ମଚାରୀ ଗତ ଦୁଇଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ I ଫଳରେ ତରଭା ସହରରେ ଦୁଇଦିନ ହେଲା ଅଳିଆ ଆବର୍ଜନା ପଡି ରହିଥିଲା I ନୂଆପଡା, ଶିବଶଙ୍କର ପଡା, ଚାରି ନମ୍ବର ୱାର୍ଡ ଦତାରାମ ଗଳି, ଦୁର୍ଗାମଣ୍ଡପ ଛକ ଭଳି ବିଭିନ୍ନ ସ୍ଥାନ ମାନଙ୍କରେ କୁଢ଼ କୁଢ଼ ମଇଳା ଜମି ରହିଥିଲା I ଲୋକେ ନାହିଁ ନ ଥିବା ଅସୁବିଧା ଭୋଗ କରୁଥିଲେ I ସଫେଇ କର୍ମଚାରୀ ମାନେ କାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ ଅଗ୍ରୱାଲଙ୍କୁ ଚାରିଦଫା ଦାବି ପତ୍ର ପ୍ରଦାନ କରିଥିଲେ I ଉକ୍ତ ଦାବି ଗୁଡିକ ମଧ୍ୟରେ 11 ଗୋଟି ସଫେଇ କର୍ମଚାରୀ ସ୍ଥାୟୀ ନିଯୁକ୍ତି ପ୍ରଦାନ, ଫେରି ଯାଇଥିବା ଇପିଏଫ ଟଙ୍କା ପ୍ରଦାନ, ଅଫିସର ଜମାଦାର ନିଯୁକ୍ତି ଏବଂ କାଉନସିଲ ରଜୁଲେସନ ଫାଇଲ ପ୍ରଦାନ ଏହି ଚାରିଗୋଟି ଦାବି ଉଲ୍ଲେଖ ରହିଥିଲା I ସେଥି ମଧ୍ୟରୁ ତିନିଗୋଟି ଦାବି ପୂରଣ କରିବା ପ୍ରତିଶୁତି ପାଇଲା ପରେ ଆଜି ସଫେଇ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଛନ୍ତି I ପୂର୍ବପରି ସହରରେ ପଡିଥିବା ଅଳିଆ ଆବର୍ଜନାକୁ ସଫା କରିବାରେ କର୍ମଚାରୀମାନେ ଲାଗି ପଡ଼ିଥିଲେ I