Tuesday, December 24, 2024

Tarbha : ଶ୍ରୀ ଶ୍ରୀ ରାଧାକୃଷ୍ଣ ଭାଗବତ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ତରଭା ରଥପଡାରେ ନୂତନ ଭାବରେ ନିର୍ମାଣ କରାଯାଇଥିବା  ଶ୍ରୀ ଶ୍ରୀ ରାଧାକୃଷ୍ଣ ଭାଗବତ ମନ୍ଦିରର ପ୍ରତିଷ୍ଠା ଉତ୍ସବ,  ଅଷ୍ଟ ପ୍ରହରୀନାମ ଯଜ୍ଞ ଓ ଗୋପ ଲୀଳା,କୀର୍ତ୍ତନ ଧାରା, ପାରାୟଣ ଅନୁଷ୍ଠିତ ହୋଇ ଯାଇଛି । ମଙ୍ଗଳବାର ରତ୍ନମୁଦ ପାଇଁ ସାହାଡ଼ା ବୃକ୍ଷ ପୂଜା,ନିମନ୍ତ୍ରଣ, ଓ ରତ୍ନ ମୁଦ ପରେ ସନ୍ଧ୍ୟାରେ ସହସ୍ରାଧିକ ମହିଳାଙ୍କ ଦ୍ୱାରା  କଳସ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ବୁଧବାର ଦିନ ବିଗ୍ରହ ମହାସ୍ନାନ, ବିଗ୍ରହ ଯଜ୍ଞ ଆରମ୍ଭ କରାଯିବ ସହ ଗୀତା ଯଜ୍ଞ, ଧ୍ବଜା ରୋପଣ, ବିଗ୍ରହ ପ୍ରବେଶ କରାଯାଇଥିଲା   I  ଅସିତ ଷଡ଼ଙ୍ଗୀ ଓ ତାଙ୍କ ସାଥୀ ମାନଙ୍କ  ଦ୍ୱାରା ଗୋପଲୀଳା ପରାୟଣ କରାଯାଇଥିବା ବେଳେ ସନ୍ଧ୍ୟାରେ ଗ୍ରୀଣ୍ଡୋଲା ର ଗୁରୁ ମନୋଜ ସାହୁ ଓ ପଞ୍ଚଧାରାର ଗୁରୁ ତିଳକ ଦାସଙ୍କ ମଧ୍ୟରେ କୀର୍ତ୍ତନ୍ୟ ବୈଠକି ଅନୁଷ୍ଠିତ ହୋଇଥିଲା। ଗୁରୁବାର  ଅଷ୍ଟପ୍ରହରି ନାମଯଜ୍ଞ ଆରମ୍ଭ ହୋଇ ଶୁକ୍ରବାର ପୂର୍ଣ୍ଣାହୁତି ପ୍ରଦାନ କରା ଯାଇଥିଲା  I ପରେ କୀର୍ତ୍ତନ ମାଧ୍ୟମରେ ନଗର ପରିକ୍ରମା ସମ୍ପନ୍ନ ହୋଇଥିଲା I ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଆଚାର୍ଯ୍ୟ  ଭାବରେ ଗୋପାଳ କୃଷ୍ଣ ମିଶ୍ର ଦାୟିତ୍ୱ ତୁଲାଇ ଥିବା ବେଳେ ପଣ୍ଡିତ ପବିତ୍ର ଶତପଥୀ , ମହାଦେବ ମିଶ୍ର, କିଶୋର ଚନ୍ଦ୍ର ମହାପାତ୍ର, ନୀଳମଣି ମିଶ୍ର, ବିପିନ ବିହାରୀ ଷଡ଼ଙ୍ଗୀ, ବିନୋଦ ମିଶ୍ର, ଓ ଶୁଭମମିଶ୍ର ପୂଜାକାର୍ଯ୍ୟ ର ଦାୟିତ୍ୱ ନେଇଥିଲେ  I  ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ମୁଖ୍ୟ କର୍ତ୍ତା ଭାବରେ  ମିଳନ ମେହେର, ପରେଶ ମେହେର, ଅନନ୍ତ ମେହେର, ସଞ୍ଜୀବ ମେହେର, ସୁରଜ ମେହେର, ବିନୀତ ମେହେର, ଅମର ଚୌହାନ ଓ ମନୋଜ ଅଗ୍ରୱାଲ ସମେତ ୯ ଜଣ ସପତ୍ନୀକ କର୍ତ୍ତାର ଦାୟିତ୍ୱ ଭାର ତୁଲାଉଛନ୍ତି। ଏହି ଧାର୍ମିକ କାର୍ଯ୍ୟକ୍ରମ କୁ ରଥପଡ଼ାବାସି ଓ ଭଗବତ ମନ୍ଦିର ପରିଚାଳନା କମିଟି ସମେତ ଅଞ୍ଚଳର ବହୁ ବ୍ୟକ୍ତି ବିଶେଷ ସହଯୋଗ କରିଥିଲେ I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles