Tuesday, December 24, 2024

ଟାଙ୍ଗୀ ଅଞ୍ଚଳରେ ଥିବା ଶୈବ ପୀଠ ରେ ପବିତ୍ର ଚନ୍ଦନ ଯାତ୍ରା

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳରେ ଥିବା ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଶ୍ରୀ ଲୋକନାଥ ଦେବ ଏବଂ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବ ଙ୍କର ପବିତ୍ର ଚନ୍ଦନ ଯାତ୍ରା ଧୁମଧାମରେ ପାଳିତ ହେଉଛି । ଏହି ଚନ୍ଦନ ଯାତ୍ରା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ଭଉଁରି ଯାତ୍ରା ପର୍ଯ୍ୟନ୍ତ ଚାଲିବ । ଅତ୍ୟଧିକ ଗରମ ପାଇଁ ଠାକୁର ଚନ୍ଦନ କୁଣ୍ଡରେ ରହିବା ପରେ ସନ୍ଧ୍ୟା ସମୟରେ ଠାକୁର ପୁଣି ସୁସଜ୍ଜିତ ପାଲିଙ୍କିରେ ନଗର ପରିକ୍ରମା କରି ବିରାଟ ଶୋଭାଯାତ୍ରାରେ ଯାଇ ଚନ୍ଦନ ପୁଷ୍କରିଣୀ ଠାରେ ପହଞ୍ଚିଥିଲା I ସେଠାରେ ଦେବା ଦେବା ମହାଦେବ ସୁସଜ୍ଜିତ ପୁଷ୍ପକ ବିମାନରେ ବିରାଜମାନ ହୋଇ ଚାପ ଖେଳିଥାନ୍ତି । ଅତ୍ୟଧିକ ଗରମ ରୁ ରକ୍ଷା ପାଇବା ପାଇଁ ଠାକୁର ଚନ୍ଦନ ଲାଗି ହେବା ପରେ ଶ୍ରଦ୍ଧାଳୁ-ଭକ୍ତ ମାନେ ଚନ୍ଦନ ଲଗାଇଥାନ୍ତି । ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ରୀତିନୀତି ଅନୁସାରେ ଏହି ପର୍ବ ପାଳନ କରାଯାଇଥାଏ । ସେହି ଅନୁସାରେ ଟାଙ୍ଗୀ ଗ୍ରାମର ଶ୍ରୀ ଶ୍ରୀ ଲୋକନାଥ ଦେବ ଓ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବ ଏବଂ ଶ୍ରୀ ଶ୍ରୀ ରଘୁନାଥ ଦେବ ଙ୍କର ଏହି ଚନ୍ଦନ ଯାତ୍ରା ପାଳନ ହେଉଛି । ବିଶେଷ କରି ବିଭିନ୍ନ ଶୈବ ପୀଠ ଏବଂ ବିଷ୍ନୁ ପୀଠରେ ଏହି ପର୍ବ ପାଳନ କରାଯାଇ ଥାଏ , ସେହି ଅନୁସାରେ ଟାଙ୍ଗୀ , ବାଲୁଗାଁ , ବାଣପୁର,ଚିଲିକା, ଜରିପଡା, ହରିପୁର, ନଇରି ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଶୈବ ପୀଠ ଓ ବିଷ୍ଣୁ ପୀଠରେ ଏହି ପର୍ବ ପାଳନ କରାଯାଉଛି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles