Friday, November 15, 2024

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଉପନିବନ୍ଧକ କାର୍ଯ୍ୟଳୟର ମୁଖ୍ୟ କିରାଣୀ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଉପନିବନ୍ଧକ କାର୍ଯ୍ୟଳୟର ମୁଖ୍ୟ କିରାଣୀ I ପ୍ରାପ୍ତ ସୂଚନା ମୁତାବକ ସୁବର୍ଣ୍ଣପୁର ଜିଲ୍ଲା ତରଭା ଉପନିବନ୍ଧକ କାର୍ଯ୍ୟଳୟରରେ କାର୍ଯ୍ୟରତ ଥିବା ମୁଖ୍ୟ କିରାଣୀ ଶିବ ପ୍ରସାଦ ଗୁରୁ ଏଲିଆସ ଭିକାରି ଗୁରୁ ଜମି କିଣାବିକା ସମ୍ବନ୍ଧେ ତରଭା ବାସିନ୍ଦା ହେମକାନ୍ତ ବିଶୀଙ୍କ ଜରିଆରେ ପ୍ରଦୀପ କୁମାର ସାହୁଙ୍କ ଠାରୁ 24 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧାରା ପଡିଥିବା ଜଣାଯାଇଛି I ସମ୍ବଲପୁର ଭିଜିଲାନ୍ସ ବିଭାଗ ନିର୍ଦେଶ କ୍ରମେ ଏହି ଚଢ଼ାଉରେ ବଲାଙ୍ଗୀର ଓ ସୋନପୁର ଭିଜିଲାନ୍ସ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ I ଏଥିରେ ବଲାଙ୍ଗୀର ଭିଜିଲାନ୍ସ ଇନିସ୍ପେକଟର ଗୀତାଞ୍ଜଳି ପଧାନ, ଟେରେଷା ଖେସ, ସୋନପୁର ଭିଜିଲାନ୍ସ ଇନିସ୍ପେକଟର ତୁଷାର ମହାପାତ୍ର ପ୍ରମୁଖ ସାମିଲ ରହିଥିଲେ I ତେବେ ଶିବ ପ୍ରସାଦ ଗୁରୁଙ୍କୁ ସୋନପୁର ଭିଜିଲାନ୍ସ କାର୍ଯ୍ୟଳୟକୁ ନିଆଯାଇଥଇଥିବା ସୂଚନା ରହିଛି I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles