ସୁବର୍ଣ୍ଣପୁର : ଆଜି 5t ସଚିବ ଭିକେ ପାଣ୍ଡିଆନଙ୍କ ସୁବର୍ଣ୍ଣପୁର ଗସ୍ତକୁ ବିରୋଧ କରି ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଧାରଣା ପ୍ରଦର୍ଶନ କରାଯାଇଥିଲା I ଦୀର୍ଘ ୨୩ ବର୍ଷ ହେଲା ବିଜେଡି ଓଡିଶା ଶାସନରେ କ୍ଷମତାରେ ରହିଛି I ହେଲେ ଜିଲ୍ଲାବାସୀଙ୍କ ଦଶନ୍ଧି ଦଶନ୍ଧି ର ନ୍ୟାର୍ଯ୍ୟ ଦାବି ପୂରଣ କରିନାହାନ୍ତି। ସମ୍ବିଧାନ ର ବିଧିବ୍ୟବସ୍ଥା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ର ଚରମ ବ୍ୟତିକ୍ରମ କରି ସରକାରୀ ଅର୍ଥ ର ଅପବ୍ୟୟ କରି ସରକାରୀ କଳ ର ଦୁରୁପଯୋଗ କରି ନିର୍ବାଚନୀ ଘୋଷଣା କରି ସରଳ ଜିଲ୍ଲାବାସୀଙ୍କୁ ଭୁତାଇବା ଉଦ୍ଦ୍ୟେଶରେ ଆଜି ପାଣ୍ଡିଆନ ଙ୍କ ସୁବର୍ଣପୁର ଜିଲ୍ଲା ଗସ୍ତ ରେ ଆସିଥିବା ଅଭିଯୋଗ ରେ ଏହାର ପ୍ରତିବାଦରେ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ପୂର୍ବାହ୍ନ ୧୦ଘ ରୁ ୧୨ଘ ପର୍ଯ୍ୟନ୍ତ ୨ ଘଣ୍ଟା କଳା ବେଚ ପିନ୍ଧି ଧାରଣା ଦିଆଯାଇଥିଲା ।