Tarbha,ବ୍ୟୁରୋ :ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରୁ ବାଦ ପଡିଥିବା ହିତାଧିକାରୀ ବିଡ଼ିଓଙ୍କ ଦ୍ୱାରସ୍ଥ I ଆଜି ପୂର୍ବାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମାରାଡ଼ୁଗୋଛା ଗ୍ରାମ ପଞ୍ଚାୟତର ର ପ୍ରାୟ 30 ରୁ ଉର୍ଦ୍ଧ ହିତାଧିକାରୀ ବିଡିଓଙ୍କୁ ଭେଟିଛନ୍ତି I ସେମାନଙ୍କ ଅଭିଯୋଗ ମୁତାବକ ଲକ୍ଷ୍ମୀମୁଣ୍ଡା, ମାରାଡ଼ୁଗୋଛା ଗ୍ରାମର 21 ଜଣ ଓ ଗୁହିରାଘାଟ, ବନକେଡ଼ା ଗ୍ରାମର ନଅ ଜଣ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ଦିଆଯାଇଛି I ସେମାନଙ୍କୁ ସରକାରଙ୍କ ଠାରୁ ମିଳିଥିବା ଆବାସ ଯୋଜନାରେ ସାମିଲ କରାଯାଇଥିଲା ହେଲେ ସେମାନଙ୍କୁ ଲିଷ୍ଟରୁ କାଟି ଦିଆଯାଇଛି ଜାଣିପାରି କେଉଁ ଆଧାରରେ ବାଦ ଦିଆଯାଇଛି ବୋଲି ବିଡ଼ିଓ ଅନିଲ କୁମାର କୁଲ୍ଲୁ ଙ୍କୁ ପ୍ରଶ୍ନ କରିଥିଲେ I ତେବେ ବିଡ଼ିଓ ଅଭିଯୋଗକାରୀଙ୍କ କଥା ନ ବୁଝି ଓଲଟା ମୋ ନାଆରେ କେସ କରିବା ଯାଅ ବୋଲି କହିଥିବା ହିତାଧିକାରୀମାନେ ପ୍ରକାଶ କରିଥିଲେ I ଏ ନେଇ ବିଡ଼ିଓ ଅନିଲ କୁମାର କୁଲ୍ଲୁ ଙ୍କୁ ପଚାରିବାରୁ ବାଦ ପଡିଥିବା ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାରେ ନିର୍ଦ୍ଧାରିତ ନିୟମ ମଧ୍ୟରେ ଆସୁନ ଥିବା ପ୍ରକାଶ କରିଛନ୍ତି I ଅନ୍ୟ ପକ୍ଷେ ବାଦ ପଡିଥିବା ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ନ କଲେ ଆସନ୍ତାକାଲି ଠାରୁ ଶାନ୍ତିପୂର୍ଣ ଭାବେ ଧାରଣା ଦିଆଯିବ ବୋଲି କହିଛନ୍ତି I