ଶୁକ୍ରବାର ସାଇ ଫାଉଣ୍ଡେସନ ଟ୍ରଷ୍ଟ ଭୁବନେଶ୍ୱର ଏବଂ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ବିରମହାରାଜପୁର ର ମିଳିତ ଆନୁକୁଲ୍ୟରେ ଦାତାରାମ ଧର୍ମଶାଳା ତରଭା ଠାରେ ଏକ ମାଗଣା କମ୍ପୂଟରିକୃତ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହା କୁ ନେଇ ହୋଇଥିବା ସଭାରେ ଅତିଥି ଭାବରେ ଅବସର ପ୍ରାପ୍ତ ଶିକ୍ଷକ ଜୟପ୍ରକାଶ ନାରାୟଣ ସାହୁ, ମହାନଦୀ ନେତ୍ର ଚିକିତ୍ସାଳୟ ର ପ୍ରଶାନ୍ତ କୁମାର ଶତପଥୀ, କୃପାନିଧି ମିଶ୍ର ଏବଂ ସାଇ ଫାଉଣ୍ଡେସନ ଟ୍ରଷ୍ଟ ର ଅଧ୍ୟକ୍ଷ ଭୋଲା କୁମାର ବର୍ମା ମଞ୍ଚାସିନ ରହିଥିଲେ l ଟ୍ରଷ୍ଟ ସଦସ୍ୟ ସୁକାନ୍ତ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l ଏହି ଶିବିରରେ ମୋଟ୍ ୭୦ ଜଣ ଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା l ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କ ଚକ୍ଷୁ ଚିକତ୍ସା ପାଇଁ ଚିହ୍ନଟ ହୋଇଥିବା ବେଳେ ୧୨ ଙ୍କୁ ଅସ୍ତ୍ରୋପଚାର ପାଇଁ ମହାନଦୀ ନେତ୍ର ଚିକିତ୍ସାଳୟ କୁ ପଠାଯାଇଥିଲା l ଏହି ଶିବିରକୁ ଟ୍ରଷ୍ଟ ସଦସ୍ୟ କୃଷ୍ଣ ସାହୁ, ରଞ୍ଜିତ ସା, ସୁରେନ ରଣା, ସୁକାନ୍ତ ମିଶ୍ର, ମହାନଦୀ ନେତ୍ର ଚିକିତ୍ସାଳୟ ଶିବିର ଆୟୋଜକ ଧର୍ମରାଜ ନାଏକ, ଅପ୍ଟିସିଏନ ଚନ୍ଦ୍ର ଶେଖର ନନ୍ଦ, କ୍ଲିନିକାଲ୍ ଆସିଷ୍ଟାଣ୍ଟ ସତ୍ୟ ନାରାୟଣ ପଧାନ, ଧରିତ୍ରୀ ଅମାତ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ l ବ୍ୟୁରୋ ରିପୋର୍ଟ ବିଟିଭି ଓଡ଼ିଆ