ସୁବର୍ଣ୍ଣପୁର ଜିଲ୍ଲା ତରଭା ସମ୍ବାଦ ପ୍ରତିନିଧି ତଥା ଶ୍ରୀହରି ବିଦ୍ୟାନିକେତନର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ଡ଼ ରାଜେଶ ମେହେରଙ୍କ ପିତା ବିଶି ମେହେର(୭୨)ଙ୍କ ମଙ୍ଗଳବାର ସନ୍ଧ୍ୟା ୬ଟା ସମୟରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ରବିବାର ଅଚାନକ ବିଶି ଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ବଲାଙ୍ଗୀର ଓ ପରେ ଭୁବନେଶ୍ୱର ଡାକ୍ତରଖାନାକୁ ନିଆଯାଇଥିଲା I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା।ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ମଲ୍ଲିଫୁଲ ମେହେର,ପୁତ୍ର ରାଜେଶ, ରଜତ ମେହେର ,ପୁତ୍ରବଧୁ ସଂଗୀତା ମେହେର , ଝିଅ ରିଙ୍କି, ରାଜଶ୍ରୀ, ଜ୍ୱାଇଁ ପବିତ୍ରଙ୍କ ସମେତ ପରିବାର ବର୍ଗ ଉପସ୍ଥିତ ରହିଥିଲେ। ବୁଧବାର ସକାଳୁ ତାଙ୍କର ମର ଶରୀର ତରଭା ସ୍ଥିତ ବାସଭବନକୁ ଅଣାଯାଇଥିଲା।ମର ଶରୀର ପହଞ୍ଚିବା ପରେ ବରିଷ୍ଠ ନାଗରିକ କମିଟି ସଭାପତି ଦେବେନ୍ଦ୍ର ବିଜୟ ସାହୁ, ଏନଏସିର ପୂର୍ବତନ ନଗରପାଳ ଶୈଳେନ୍ଦ୍ର କୁମାର ସାହୁ, ଅବସର ପ୍ରାପ୍ତ ଶିକ୍ଷକ ହରିବନ୍ଧୁ ପାଣିଗ୍ରାହୀ, ଜୟପ୍ରକାଶ ନାରାୟଣ ସାହୁ,ଶିକ୍ଷକ ରାଜକିଶୋର ସାହୁ, ଭୋଲା କୁମାର ବର୍ମା,କାଉନସିଲର ଗୁଳାପୀ ବର୍ମା,ତରଭା ସାମ୍ବାଦିକ ସଂଘ ସଭାପତି ଅଶୋକ ସାହୁ, ସାମ୍ବାଦିକ ଅନ୍ତର୍ଯ୍ୟାମୀ ସାହୁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସ୍ୱନ୍ତନା ଦେଇଥିଲେ। ସ୍ଥାନୀୟ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ବଡ଼ପୁଅ ରାଜେଶ ମୁଖାଗ୍ନି ଦେଇଥିଲେ। ସ୍ବର୍ଗତଃ ବିଶି ମହେର ଜଣେ ଧର୍ମ ପରାୟଣ , ନିରାଡ଼ମ୍ବର,ମିଷ୍ଠଭାଷୀ, ବନ୍ଧୁ ବତ୍ସଳ ବ୍ୟକ୍ତି ଥିଲେ I ତାଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।