Friday, November 15, 2024

ଦୁଇ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ 10 ବର୍ଷ ଜେଲ ଦଣ୍ଡାଦେଶ

Tarbha : ସୁବର୍ଣ୍ଣପୁର ଜିଲ୍ଲା ଓ ଦୌରା ଜଜ ରଶ୍ମି ରଞ୍ଜନ ଆଚାର୍ଯ୍ୟ ଏକ ଗଞ୍ଜେଇ ଚାଲାଣ ମାମଲାର ବିଚାର କରି ଦୁଇଜଣ ଗଞ୍ଜେଇ ଚାଲାଣକାରୀଙ୍କୁ 10 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି I ପ୍ରାପ୍ତ ସୂଚନା ମୁତାବକ ଗତ ତା – 16.12.2014 ରିଖ ଏକ ବୋଲେରା ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବଲାଙ୍ଗୀର ସୋନପୁର 57 ନମ୍ବର ଜାତୀୟ ରାଜପଥ ଘାଟକାଇଁତରା ନିକଟସ୍ଥ ଏକ ପୋଲ ନିକଟରେ ଚଢ଼ାଉ କରି ବୋଲେରୋ କୁ ଧରିଥିଲା I ଯାଞ୍ଚ କରିବାରୁ ତହିଁରୁ 50 କେଜି 450 ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା I ଏ ସଂକ୍ରାନ୍ତରେ ତରଭା ଥାନା କେସ ନମ୍ବର 147/14 ରେ ମାମଲା ରୁଜୁ କରାଯାଇଥିଲା I କୌଣସି ଏକ ସୂତ୍ରରୁ ପୋଲିସ ଖବର ପାଇ ତରଭା ଥାନା ତତ୍କାଳୀନ ଆଇଆଇସି ଶ୍ରୀକାନ୍ତ କୁମାର ତ୍ରିପାଠୀ ଙ୍କ ନିର୍ଦ୍ଧେଶରେ ଏକ ପୋଲିସ ଟିମ ଏହି ଚଢ଼ାଉ କରିଥିଲା I ଏସଆଇ ଯାଦବ ଚନ୍ଦ୍ର ମେହେର ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ I ତେବେ ଉକ୍ତ ଘଟଣାରେ ବୋଲେରା ସହ ଗଞ୍ଜେଇ ଜବତ କରିବା ସହିତ ବରଗଡ଼ ଜିଲ୍ଲା ବରପାଲି ଥାନା ହାଟପଦାର ଅନନ୍ତ ମେହେର ଏଵଂ ବୌଦ୍ଧ ଜିଲ୍ଲା କଣ୍ଟାମଳ ଥାନା ମାଲିକୁଦ ଅଂଚଳର କୁରୁପତି ରଣାକୁ କୋର୍ଟ ଚାଲାଣ କରାଯାଇଥିଲା I ତେବେ ଉକ୍ତ ମାମଲାରେ ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ବିଚାରାଧିନ ରହିଥିଲା I 10 ଜଣ ସାକ୍ଷ୍ୟ ପ୍ରମାଣ ଆଧାର ରେ ଜିଲ୍ଲା ଓ ଦୌରା ଜଜ ରଶ୍ମି ରଞ୍ଜନ ଆଚାର୍ଯ୍ୟ ଅଭିଯୁକ୍ତ ଦ୍ବୟ କୁ ଦୋଷୀ ସାବ୍ୟସ୍ତ କରି 10 ବର୍ଷ ଲେଖାଏଁ ଜେଲ ଦଣ୍ଡ ଏବଂ ଏକ ଲକ୍ଷ ଟଙ୍କା ଜରିମାନା ଦେବାକୁ ରାୟ ଶୁଣାଇଛନ୍ତି I ଜରିମାନା ନ ଦେଲେ ଏକ ବର୍ଷ ଅଧିକ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟ ପ୍ରକାଶ କରିଥିବା ସୂଚନା ରହିଛି I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles