ସୋମବାର ସନ୍ଧ୍ୟାରେ ତରଭା ଥାନା ପରିସରରେ ଆଇଆଇସି ଅନିତା କିଡୋ ଙ୍କ ଅଧ୍ୟକ୍ଷତାରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସଆଇ ଯଯାତି କେଶରୀ ସାହୁ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ସ୍ୱାଗତ ଜଣାଇବା ସହିତ ଆମ ପୋଲିସ ସମିତିର ଉଦ୍ଦେଶ୍ୟ ଉପରେ ଆଲୋକପାତ କରାଇଥିଲେ I ଏହି ବୈଠକରେ ତରଭା ସହର ବିଭିନ୍ନ ସମସ୍ୟା ଉପରେ ବିସ୍ତାରରେ ଆଲୋଚନା କରାଯାଇଥିଲା I ସହରରେ ଦିନକୁ ଦିନ ଅସାଧୁ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି I ଯେପରିକି ଯାନବାହାନ ଚୋରି ଘଟଣା, ମଦ୍ୟପଙ୍କ ଉନ୍ମତ କାଣ୍ଡ, ଯାନବାହାନ ଭଙ୍ଗାରୁଜା, ବାରମ୍ବାର ଅଭିଯୋଗ ସତ୍ୱେ ମୁଖ୍ୟ ରାସ୍ତାରେ ଟ୍ରାଫିକ ସମସ୍ୟାରେ ସୁଧାର ହେଉନ ଥିବା ଇତ୍ୟାଦି ସମସ୍ୟା ଉପରେ ଉପସ୍ଥିତ ବ୍ୟକ୍ତି ବିଶେଷ ଅଭିଯୋଗ କରିଥିଲେ I ତେବେ ପେଟ୍ରୋଲିଙ୍ଗ କୁ ଆହୁରି କଡାକଡି କରିବା ନେଇ ମତ ପ୍ରକାଶ ପାଇଥିଲା I ଆଇଆଇସି ଅନିତା କିଡୋ ସମସ୍ତ ଅଭିଯୋଗ କୁ ଆଖି ଆଗରେ ରଖି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ I ଏହି ବୈଠକରେ ପୋଲିସ ବିଭାଗୀର ଆଇଆଇସି ଙ୍କ ସମେତ ଏସଆଇ ଆରତୀ କହଁର, ଯଯାତୀ କେଶରୀ ସାହୁ, ଅନିଲ ବେହେରା, ନିମାଇଁ ଚରଣ ବାରିକ, କରୁଣାକର ମାଝି, ବିଜୟ କୁମାର ସାହୁ ଯୋଗଦେଇଥିବା ବେଳେ ତରଭା ଏନଏସି ପୂର୍ବତନ ନଗରପାଳ ସଲେନ୍ଦ୍ର କୁମାର ସାହୁ, ସୁବାସ ସେଠୀ, ଏଇଏସ କଲେଜ ଲାଇବ୍ରେରିଏନ ଦେବେନ୍ଦ୍ର ନାଏକ, ବରିଷ୍ଠ ନରାଗିକ ଜୟପ୍ରକାଶ ନାରାୟଣ ସାହୁ, ଜୟକିଶୋର ସାହୁ, କାନ୍ତାନାଥ ସରାଫ, ଅକ୍ଷୟ କୁମାର ବାଘ, ଜଳଯୋଗାଣ ବିଭାଗୀୟ ଜେଇ ଦୀପକ ମେହେର, ବିଦ୍ୟୁତ ବିଭାଗ ର ରାମ ନାଏକ ଙ୍କ ପ୍ରମୁଖ ଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ। ବୈଠକ ଶେଷରେ ଏସଆଇ ଆରତୀ କହଁର ଧନ୍ୟବାଦ ଅର୍ପଣ କରିଥିଲେ I ବ୍ୟୁରୋ ରିପୋର୍ଟ ବିଟିଭି ଓଡ଼ିଆI