ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ବିରୁଦ୍ଧରେ ଅଭିଯୋଗ ମାଳମାଳ I ଆଳୁ ଖୋଳୁ ଖୋଳୁ ବାହାରିବ କି ମହାଦେବ I ବଳି ପଡିବେ କି ବହୁ ଅଙ୍ଗନୱାଡି କର୍ମୀ I ବିଗତ କିଛି ଦିନ ମଧ୍ୟରେ ତରଭା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ନାମରେ ଅଭିଯୋଗର ସୁଅ ଛୁଟୁଛି I ବିଗତ ସାତ ଦିନ ଭିତରେ ଚାରି ଚାରି ଥର ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଭାବେ ଲୋକେ ଅଭିଯୋଗ କରିଥିବା ଜଣାଯାଇଛି I ପୁଣି ତରଭା ବ୍ଲକ ବ୍ରାହ୍ମଣୀ ଗ୍ରାମପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରର କର୍ମୀଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ I ୱାର୍ଡମେମ୍ବର ଏଵଂ ଅଙ୍ଗନୱାଡି କର୍ମୀଙ୍କ ଜଏଣ୍ଟ ଆକାଉଣ୍ଟରୁ ୱାର୍ଡମେମ୍ବର ଙ୍କ ଜାଲ ଦସ୍ତଖତ କରି ଟଙ୍କା ଉଠାଣ କରୁଥିବା ଅଭିଯୋଗ କରିଛନ୍ତି ୱାର୍ଡମେମ୍ବର ପଦ୍ମାବତୀ ରଣା I ଏ ନେଇ ବ୍ରାହ୍ମଣୀ ସମିତି ସଭ୍ୟ ରାମ ସାହୁ, ୱାର୍ଡମେମ୍ବର ଏଵଂ ବହୁ ଗ୍ରାମବାସୀ ଜିଲ୍ଲାପାଳ ଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି I ରୁଗୁଡ଼ିପାଲି ଅଙ୍ଗନୱାଡି କର୍ମୀ ରୁକ୍ମଣୀ ବାଘ ଶନିବାର ଦିନ ଅଫିସିଆଲ ଛୁଟି ଥିବା କହି ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖୁଥୁବା, ଛତୁଆ ଅଣ୍ଡା ବଣ୍ଟନରେ ଅନିୟମିତତା କରୁଥିବା , କୋମଳମତି ଶିଶୁମାନଙ୍କୁ ଠିକ ଭାବେ ଖାଦ୍ୟ ଦେଉନଥିବା, ଶିଶୁମାନେ ଏକାକୀ ଯିବା ଆସିବା କରୁଥିବା ଇତ୍ୟାଦି ବିଷୟକୁ ନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି I ୱାର୍ଡମେମ୍ବର ପ୍ରଥମେ ତରଭା ସିଡିପିଓ ସବିତା ଦୋରାଙ୍କ ଭେଟି ଲିଖିତ ଅଭିଯୋଗ କରିଥିଲେ I ଅଭିଯୋଗର ରିସିଭ କପି ମାଗିବାରୁ ରୋକଠୋକ ମନା କରିବା ସହିତ ତାଙ୍କୁ ଦୁର୍ବ୍ୟବହାର କରିଥିବା ଜିଲ୍ଲାପାଳଙ୍କୁ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି I ଜିଲ୍ଲାପାଳ ବିମଳେନ୍ଦୁ ରାଏ ଏହାର ତଦନ୍ତ ପାଇଁ dswo ଙ୍କୁ ଦାୟିତ୍ୱ ଦେଇଥିବା ଜଣାଯାଇଛି I ବ୍ୟାଙ୍କ ଆକାଉଣ୍ଟ ରୁ ନକଲି ଦସ୍ତଖତ ଦେଇ ଟଙ୍କା ଉଠାଣ କରିବା ଏକ ଦଣ୍ଡନୀୟ ଅପରାଧ ଅଟେ I ଯଦି ଏହା ସତ ହୋଇଥାଏ ତେବେ ଅଙ୍ଗନୱାଡି କର୍ମୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି I ବ୍ୟୁରୋ ରିପୋର୍ଟ ବିଟିଭି ଓଡ଼ିଆ